fbpx

ହେଲମେଟ୍ ପିନ୍ଧିଥିଲେ ମୋ ଭଉଣୀ ବଞ୍ଚିଥାନ୍ତା , ସଡକ ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ, ଶୁଦ୍ଧିକ୍ରିୟାରେ ପରିବାର ବାଣ୍ଟିଲେ ୪୦ଟି ହେଲମେଟ

ନୂଆଦିଲ୍ଲୀ : ସରକାର ଏବଂ କୋର୍ଟ ହେଲମେଟ ଉପରେ ଅନେକ କଠୋର ନିୟମ ଲାଗୁ କରିଛନ୍ତି । କୋର୍ଟ ବର୍ତ୍ତମାନ ହେଲମେଟକୁ ବାଧ୍ୟତାମୂଳକ କରିଛନ୍ତି । ବାଇକ ଚାଳକ ଏବଂ ବାଇକ୍ ପଛରେ ବସିଥିବା ଲୋକଙ୍କ ପାଇଁ ହେଲମେଡ୍ ବାଧ୍ୟତାମୂଳକ କରାଯାଇଛି । ତଥାପି ବାଇକ ଚାଳକମାନେ ସୁଧୁରୁନହାନ୍ତି । ଲୋକମାନେ ବିନା ହେଲମେଟରେ ଦ୍ରୁତ ଗତିରେ ଗତି ବାଇକ୍ ଚଲାଉଛନ୍ତି ଏବଂ ପଛରେ ବସିଥିବା ଲୋକଙ୍କ ମୁଣ୍ଡରେ ମଧ୍ୟ ହେଲମେଟ ନାହିଁ । ଯାହା ଫଳରେ ଜୀବନ ହରାଉଛନ୍ତି । ସେହିଭଳି କଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ ।

ବାଇକର ପଛରେ ବସିଥିବା ବେଳେ ଯୁବତୀ ଜଣଙ୍କ ହେଲମେଟ ପନ୍ଧିନଥିଲେ । ଫଳରେ ଗାଡି ଦୁର୍ଘଟଣାରେ ତାଙ୍କା ମୃତ୍ୟୁ ଘଟିଥିଲା । ନିଜ ଝିଅକୁ ସିନା ହରାଇଲେ , ହେଲେ ଅନ୍ୟମାନଙ୍କ ଜୀବନ ସୁରକ୍ଷା ପାଇଁ ପରିବରଲୋକ ହେଲମେଟ୍ ବାଣ୍ଟୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏହା ଏକ ନିଆରା ଉଦହରଣ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ମୃତ ଯୁବତୀ ଜଣଙ୍କ ଦିବ୍ୟାଙ୍ଗ ଓ ଅବିବାହିତ ଥିଲେ । ନଜିର ପ୍ରତିପୋଷଣ ପାଇଁ ସେ ଏକ ସିଲାଇ ମେସିନ ଚଲାଉଥିଲେ । ମେସିନ୍ ଟି ଖରାପ ହୋଇଯିବାରୁ ତାହାକୁ ଠିକ୍ କରିବା ପାଇଁ ଭାଇ ସହିତ ବାଇକରେ ବଜାର ଯାଇଥିଲେ । ହେଲେ ବିଧାତାର ଖେଳ ଥିଲା ଅଲଗା । ସେଥିରେ ଦିବ୍ୟାଙ୍ଗ ଯୁବତୀ ସବୁଦିନ ପାଇଁ ଆର ପାରିକି ଚାଲିଯାଇଥିଲେ ।

ଗାଡି ସାମ୍ନାକୁ ବୁଲା ପଶୁ ଆସିଯିବାରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିଲା । ମୁଣ୍ଡରେ ହେଲମେଟ ନ ଥିବାରୁ ମୁଣ୍ଡ ମାଡ ହୋଇ ମୃତ୍ୟୁ ଘଟିଥିଲା । ପରିବାର ଲୋକ ହୃଦୟଙ୍ଗମ କରିଥିଲେ ଯେ ହେଲମେଟ ପାଇଁ ତାଙ୍କ ଝିଅର ମୃତ୍ୟୁ ଘଟିଛି ।

ଏହି ଘଟଣା ପରିବାର ଲୋକଙ୍କ ଉପରେ ଏତେ ପ୍ରଭାବ ପକାଇଥିଲା ଯେ ସେମାନେ ତ୍ରୟୋଦଶରେ ଖାଇବାପିଇବାର ଆଲୋଚନା ନକରି ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ୪୦ ଟି ହେଲମେଟ ବଣ୍ଟିଥିଲେ ଏବଂ ଲୋକଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ ବାର୍ତ୍ତା ଦେଇଥିଲେ। ଯାହା ଦ୍ୱାରା ଅନ୍ୟ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିନ୍ତି ।

ମୃତକଙ୍କ ଭାଇ ଶୋକଭରା କଣ୍ଠରେ କୁହନ୍ତି ଯେ, ମୋ ଭଉଣୀ ହେଲମେଟ ପିନ୍ଧିଥିଲେ ଆଜି ବଞ୍ଚିଥାନ୍ତା ।

Get real time updates directly on you device, subscribe now.