fbpx

କ୍ରାଇମ ପେଟ୍ରୋଲ ଦେଖି ମାଆର ଶବକୁ ଖଣ୍ଡ ଖଣ୍ଡ କଲା ଝିଅ : ପୋଲିସ

ମୁମ୍ବାଇ: କିଛିଦିନ ତଳେ ରିମ୍ପଲ ନାମକ ଜଣେ ୨୩ ବର୍ଷୀୟ ଯୁବତୀ ନିଜ ୫୫ ବର୍ଷୀୟ ମାଆ ବୀଣାଙ୍କୁ ହତ୍ୟା କରିଥିଲା । ଏହା ବ୍ୟତୀତ ସେ ତାଙ୍କ ମାଆଙ୍କ ମୃତ ଶରୀରକୁ କାଟି କାଟି ଖଣ୍ଡ କରି ନିଜ ଘରେ ଲୁଚାଇ ରଖିଥିବା କଥା ସାମ୍ନକୁ ଆସିଥିଲା । ଏହା ପରେ ପୋଲିସ ରିମ୍ପଲଙ୍କୁ ଗିରଫ କରି ହେବାଜତରେ ରଖିଛି ।

ସୂଚନା ଅନୁଯାୟୀ, ଏପରି ହତ୍ୟାକାଣ୍ଡ ଘଟିବା ପରେ ଆଜି ଏକ ନୂଆ କଥାକୁ ନେଇ ପୋଲିସ ଦାବି ଜଣାଇଛି । ବର୍ତ୍ତମାନ ଏହି ହତ୍ୟାକାଣ୍ଡରେ ପୋଲିସ ଏକ ଆଶ୍ଚର୍ଯ୍ୟ ଜନକ କଥା କହିଛି ଯେ, ରିମ୍ପଲ ନିୟମିତ ରୂପରେ କ୍ରାଇମ ପେଟ୍ରୋଲ ଧାରବାହିକ ଟିଭିରେ ଦେଖେ । ପୋଲିସ ଏହା ମଧ୍ୟ ଦାବି କରିଛନ୍ତି ଯେ, ମା କୁ ହତ୍ୟା କରି ଶବକୁ କାଟିବାର ବିଚାର ସେ ଏହି ସିରିଆଲ ଦେଖି ହୋଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ କିଏ କରିଛି କଣ ପାଇଁ କରିଛି ତାହା ଜଣା ପଡିନାହିଁ ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ତାଙ୍କର ଜଣେ ପଡୋଶୀ ମୃତ ବୀଣାଙ୍କ ଘରର କବାଡ ବାଡେଇଥିଲେ ହେଲେ କେହି ନ ଖୋଲିବାରୁ ଘରର ଦୁର୍ଗନ୍ଧ ପାଇଁ ସେ ବନ୍ଧୁ ପରିବାର ବର୍ଗ ଏବଂ ପୋଲିସକୁ ଡକାଇଥିଲେ । ଏହାପରେ ପୋଲିସ କବାଟ ଭାଙ୍ଗି ପସିବା ପରେ ତାଙ୍କ ଝିଅ ରିମ୍ପଲକୁ ପାଇଥିଲେ । ଏହାପରେ ତାଙ୍କର ସଂପର୍କୀୟ ରିମ୍ପଲଙ୍କୁ ତାଙ୍କ ମାଆଙ୍କ ବିଷୟରେ ପଚାରିଥିଲେ ହେଲେ ସେ ପ୍ରଥମେ ଖଟରେ ଶୋଇଥିବାର ଦେଖାଇଥିଲେ । ଖଟରେ କମ୍ବଳ ତଳେ କେବଳ ତକିଆ ଥିଲା । ଏହାପରେ ରିମ୍ପଲ ପୁଣି କହୁଛନ୍ତି ସେ ଦୂର ସଂପର୍କୀୟଙ୍କ ଘରକୁ ଯାଇଛନ୍ତି ।

ରିମ୍ପଲଙ୍କ ଏପରି କଥା ଏବଂ ଘରର ଦୁର୍ଗନ୍ଧ ପୋଲିସର ସନ୍ଦେହ ବଢାଇଦେଲା । ଏହାପରେ ସେ ରିମ୍ପଲକୁ ପୋଲିସ ଷ୍ଟେସନ ନେଇଗଲେ । ପୋଲିସ ସେହି ବିଲ୍ଡିଂ ର ସବୁଆଡେ ଖୋଜିବା ପରେ ମୁଣ୍ଡ ସହ ଗଣ୍ଡି ଏକ ସାଢିରେ ଗୁଡା ହୋଇ ପଲିଥିନରେ ପସିଥିବାର ମିଳିଲା ଏବଂ ଶରୀରର ଅନ୍ୟାନ୍ୟ ଅଂଶ ବାଥରୁମ୍ ରେ ମିଳିଥିଲା । ପୋଲିସକୁ ସେହି ଘରେ ଏକ ଇଲେକ୍ଟ୍ରିକ ମାର୍ବଲ କଟର ଏବଂ ଦାଆ ମଧ୍ୟ ମିଳିଥିଲା ।

ଘଟଣାସ୍ଥଳରେ କିଛି ଡାକ୍ତର ଏହାର ଫିଙ୍ଗର ପ୍ରିଣ୍ଟ ଜାଂଚ କରୁଛନ୍ତି । ପୋଲିସ ଏହି ମାମଲାରେ ଦାବି କରିଛି ଯେ, ରିମ୍ପଲ ତା ମାଆର ହତ୍ୟା କରି ଶରୀରକୁ ଛୋଟଛୋଟ ଖଣ୍ଡ କରିଥିବା କଥା ସ୍ୱୀକାର କରିଛି । କିନ୍ତୁ ବର୍ତ୍ତମାନ ଏହି ହତ୍ୟାର ସଂପୂର୍ଣ୍ଣ ତଥ୍ୟ ଜଣା ପଡିନାହିଁ । ଅନ୍ୟପଟେ ପୋଲିସ ରିମ୍ପଲକୁ ମାଜିଷ୍ଟ୍ରେଟର ଅଦାଲତ ପଠାଇଛି । ତାଙ୍କୁ ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ପୋଲିସ ହେପାଜତରେ ପଠାଯାଇଛି ।

Get real time updates directly on you device, subscribe now.