fbpx

ପୁଣି ଭୂକମ୍ପ ; ଇନ୍ଦୋର ଓ ଅରୁଣାଚଳ ପ୍ରଦେଶରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ : ରବିବାର ଅପରାହ୍ନରେ ମଧ୍ୟପ୍ରଦେଶର ଇନ୍ଦୋରରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିଚ୍ଟର ସ୍କେଲରେ ତିନୋଟିରେ ମାପ କରାଯାଇଥିଲା । ସୂଚନା ଅନୁଯାୟୀ ଭୂକମ୍ପର ଝଟକା ଦ୍ୱିପ୍ରହର ୧୨.୫୪ରେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ଗଭୀର ଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୦ ନିକଟରେ ମାପ କରାଯାଇଥିଲା । ଧାର, ବାରୱାନି ଏବଂ ଆଲିରାଜପୁରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା।

ତେବେ ଏପର‌୍ୟ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଯେତେବେଳେ ଘରେ ଜିନିଷ ଗୁଡିକ ଦୋହଲିବାର ଦେଖିଲେ ସେତେବେଳେ ଲୋକମାନେ ଜାଣିବାକୁ ପାଇଲେ ଯେ ଭୂକମ୍ପ ହୋଇଛି । ଏହା ପରେ ଲୋକମାନେ ଘରୁ ବାହାରି ଆସିଲେ। କିଛି ସମୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଗଲା । ପରେ ସବୁକିଛି ଠିକ୍ ହୋଇ ସାରିଥିଲା ।

ଏହାପୂର୍ବରୁ ଗତ ବର୍ଷ ନଭେମ୍ବର ୨ରେ ଜବଲପୁର ସମେତ ୬ଟି ଜିଲ୍ଲାରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ରିଚ୍ଟର ସ୍କେଲରେ ୪.୩ ରେ ଭୂକମ୍ପର ତୀବ୍ରତା ମାପ କରାଯାଇଥିଲା । ଏହି ଭୂକମ୍ପ କେନ୍ଦ୍ର ଜବଲପୁର ଠାରୁ ୩୫ କିଲୋମିଟର ଏବଂ ଡିନ୍ଦୋରୀ ଠାରୁ ୧୦ କିଲୋମିଟର ଅନୁଭୂତ ହୋଇଥିଲା ।

ସେହିପରି ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ରବିବାର ଅପରାହ୍ନ ୧୨.୧୨ ରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେ ମାପ କରାଯାଇଥିଲା । ଏହାର ଭୂକମ୍ପ କେନ୍ଦ୍ର ଭୁଟାନ ସୀମା ନିକଟ ପଶ୍ଚିମ କାମେଙ୍ଗରେ ୧୦ କିଲୋମିଟର ଗଭୀରରେ ଥିଲା।

Get real time updates directly on you device, subscribe now.