fbpx

ସୋନୁ ସୁଦ୍ ; ଶାକାହାରୀ ଲୋକ ନାମରେ ଏତେ ବଡ ଥାଳି, ୨୦ ଲୋକ ଏକାସାଙ୍ଗରେ ଖାଇପାରିବେ

ନୂଆଦିଲ୍ଲୀ : ବଲିଉଡର ଦମଦାର ଅଭିନେତା ହେଉଛନ୍ତି ସୋନୁ ସୁଦ୍ । ସେ ତାଙ୍କ ଅଭିନୟରେ ଯେତିକି ଦର୍ଶକଙ୍କ ମନ ଜିଣି ନଥିଲେ ତାଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିଲେ କରୋନା ମହାମାରୀ ସମୟରେ । ଯଦିଓ ଆଜିକାଲି ସେ ଚଳଚ୍ଚିତ୍ରରୁ ଦୂରେଇ ରହିଛନ୍ତି, କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ପ୍ରତିଛବି କ୍ଷୂଣ ହୋଇନାହିଁ ।

କରୋନା ମହାମାରୀ ସମୟରେ ସୋନୁ ସୁଦ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରିଥିଲେ । ବାହାରେ ରହୁଥିବା ଲୋକମାନଙ୍କୁ ନିଜ ନିଜ ଘରକୁ ପଠାଇବାରେ ସାହାଯ୍ୟ କରିଥିଲେ । ସେବେଠାରୁ ସେ ହେଡଲାଇନରେ ରହିଛନ୍ତି ସୋନୁ ସୁଦ । କେବଳ ଏତିକି ନୁହେଁ, ଯଦି ଜଣେ ପ୍ରଶଂସକ କିମ୍ବା କୌଣସି ବ୍ୟକ୍ତି ଅସୁବିଧାରେ ଥିବା ନେଇ ସୋନୁଙ୍କୁ ଟ୍ୱିଟ କରି ସାହାଯ୍ୟ ମାଗନ୍ତି, ତେବେ ସେ ତାଙ୍କୁ ସାଙ୍ଗେସଙ୍ଗେ ସାହାଯ୍ୟ କରନ୍ତି । ଏହି କାରଣରୁ ଦକ୍ଷିଣରେ ତିନୋଟି ସ୍ଥାନରେ ତାଙ୍କର ମନ୍ଦିର ନିର୍ମାଣ କରାଯାଇଛି। ଭାରତର ସବୁଠୁ ବଡ ଖାଦ୍ୟ ଥାଳି ପାଇଁ ପୁଣିଥରେ ସେ ଲାଇମଲାଇଟକୁ ଆସିଛନ୍ତି ।

 

View this post on Instagram

 

A post shared by Sonu Sood (@sonu_sood)

ବାସ୍ତବରେ ସୋନୁ ସୁଦ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସୋନୁ ସୁଦ ଭାରତର ସବୁଠୁ ବଡ ଖାଦ୍ୟ ଥାଳି ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ବହୁତ ବଡ ପ୍ଲେଟ୍ ଏବଂ ତାହା ବିରିୟାନିରେ ପରିପୂର୍ଣ୍ଣ ହୋଇଛି । ଏହି ପ୍ଲେଟ ନିକଟରେ ଠିଆ ହୋଇ ସୋନୁ ସୁଦ ପୋଜ୍ ଦେଉଥିବା ଦେଖାଯାଇଛି । ଏଥି ସହିତ ତାଙ୍କ ପ୍ରଶଂସକମାନେ ମଧ୍ୟ ପାଖରେ ଠିଆ ହୋଇଥିବା ନଜର ଆସିଛନ୍ତି। ଏହି ଫଟୋ ସେୟାର କରି ସୋନୁ ସୁଦ କ୍ୟାପସନରେ ଲେଖିଛନ୍ତି ଯେ, ଭାରତର ସବୁଠାରୁ ବଡ ପ୍ଲେଟ, ଯାହା ମୋ ନାମରେ ନାମିତ । ଜଣେ ଶାକାହାରୀ ବ୍ୟକ୍ତି ଯିଏ ବହୁତ କମ୍ ଖାଦ୍ୟ ଖାଏ, ସେପରି ଲୋକ ନାମରେ ୨୦ ଜଣଙ୍କ ପାଇଁ ଖାଦ୍ୟ ଥିବା ଥାଳି କିପରି ହୋଇପାରିଲା ।

Get real time updates directly on you device, subscribe now.