fbpx

ଆସନ୍ତା ମାର୍ଚ୍ଚରେ OYO ପ୍ରତିଷ୍ଠାତା କରିବେ ମ୍ୟାରେଜ: ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ରିତେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହସ୍ପିଟାଲିଟି ଚେନ ଓୟୋର ସିଇଓ ଏବଂ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ମାର୍ଚ୍ଚ ମାସରେ ରିତେଶ ତାଙ୍କ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ରିତେଶଙ୍କର ବିବାହ ଉତ୍ସବ ବଡ଼ ଧୂମଧାମରେ ଅନୁଷ୍ଠିତ ହେବ । ଏହି ଅବସରରେ ରିତେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ବିବାହରେ ଯୋଗଦେବା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।

ମୋଦୀଙ୍କୁ ଭେଟିବା ନେଇ ରିତେଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ଆମେ ଏକ ନୂଆ ଜୀବନ ଆରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଶିର୍ବାଦ ଭିକ୍ଷା କଲୁ । ମହିଳାଙ୍କ ସଶକ୍ତିକରଣ ନିମନ୍ତେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶରେ ଲାଗୁ କରିଥିବା ନୂଆ ଯୋଜନା ମୋ ମାଆଙ୍କ ପାଇଁ ପ୍ରେରଣା ସଦୃଶ ହୋଇଛି । ଆପଣ ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଓ ଆମକୁ ଶୁଭେଚ୍ଛା ଜଣାଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ।

ସୂଚନାଯୋଗ୍ୟ ଯେ, ଓୟୋ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ହସ୍ପିଟାଲିଟି କମ୍ପାନୀ ଭାବେ ବେଶ୍ ସଫଳତା ଅର୍ଜନ କରିଛି । ଇଣ୍ଡୋନେସିଆରେ ଓୟୋ ହସ୍ପିଟାଲିଟି ଟେକ୍ ପ୍ଲାଟଫର୍ମ ଭାବେ ବହୁତ ଅଗ୍ରଗତି ହାସଲ କରିଛି । ସେଠାରେ ୧୮୦ଟି ସହରରେ ୨୫୦୦ ଏକ୍ସକ୍ଲୁସିଭ ଓୟୋ ହୋଟେଲ ରହିଛି । ଗତ ୨୦୧୮ ଠାରୁ ସେଠାରେ ୧.୩ କୋଟି ଅତିଥି ହୋଟେଲ ବୁକିଂ କରିସାରିଛନ୍ତି ।

ଯୁବ ଉଦ୍ୟୋଗୀ ରିତେଶ ଓଡ଼ିଶାରେ ଏକ ମାରୱାଡ଼ି ପରିବାରରେ ଗତ ୧୯୯୩ ମସିହା ନଭେମ୍ବର ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଏହାପରେ ୨୦୧୧ରେ ସେ କଲେଜ ଶିକ୍ଷା ପାଇଁ ଦିଲ୍ଲୀ ଯାତ୍ରା କରିଥିଲେ । ରିତେଶ ୭୨୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ଅଟନ୍ତି । ରିତେଶ ଦେଶର ଯୁବ ପୀଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

Get real time updates directly on you device, subscribe now.