fbpx

ବିବାହ ପ୍ରସ୍ତାବକୁ ମନା କରିବାରୁ ବିଚ୍ ରାସ୍ତାରେ ନାବାଳିକାଙ୍କୁ ଆକ୍ରମଣ , ଭିଡିଓ ଭାଇରାଲ , ଅଭିଯୁକ୍ତ ଗିରଫ୍

ରାୟପୁର: ଛତିଶଗଡ ରାଜଧାନୀ ରାୟପୁରରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଭାଇରାଲ ଭିଡିଓରେ ଜଣେ ପାଗଳ ପ୍ରେମିକା ନାବାଳିକାଙ୍କ ଚୁଟି ଧରି ଟାଣି ନେଉଛି। କେବଳ ସେତିକି ନୁହେଁ, ଏକ ଅସ୍ତ୍ରରେ ଆକ୍ରମଣ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ପୀଡିତା ଜଣଙ୍କ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

ଅଭିଯୁକ୍ତ ପୀଡିତା ସହିତ ସେହି ଲୋକର ଏକପାଖିଆ ପ୍ରେମରେ ଥିଲା। ସେ ତାଙ୍କ ମାଆଙ୍କୁ ଯାଇ କହିଥିଲେ, ଝିଅକୁ ମୋତେ ଦେଇଦିଅ , ମୁଁ ତୁମକୁ ପତ୍ନୀ ଭାବରେ ରଖିବି । ଝିଅଟିର ମାଆ ମନା କରିବାରୁ ସେ କ୍ରୁରତାର ସୀମା ଅତିକ୍ରମ କରିଛନ୍ତି। ସେ ଖୋଲାଖୋଲି ଭାବେ ନାବାଳିକାଙ୍କୁ ଆକ୍ରମଣ କରିଛନ୍ତି । କେହି ତାଙ୍କୁ ବଞ୍ଚାଇବାକୁ କେହି ଆସି ନାହାଁନ୍ତି।

ମିଳିଥିବା ସୂଚନାରୁ ଜଣାପଡିଛି ଯେ, ୪୭ ବର୍ଷିୟ ଅଭିଯୁକ୍ତର ଏକ ମସଲା ଫ୍ୟାକ୍ଟ୍ରି ରହିଛି । ସେଠାରେ ପୀଡିତ ସମେତ ତାଙ୍କ ପିତା ମାତା ମଧ୍ୟ ଶ୍ରମିକ ଭାବରେ କାର୍ଯ୍ୟରତ ଥିଲେ । ଗତ ବର୍ଷ ସେପ୍ଟେମ୍ବର ମାସରେ ପୀଡିତ ଜଣଙ୍କ ସେଠାରେ ଯୋଗ ଦେଇଥିଲେ । ସେବେଠାରୁ ଅଭିଯୁକ୍ତ ପୀଡିତାଙ୍କ ସହ ଅଶ୍ଳୀନ ବ୍ୟବହାର କରିଥିଲେ । ସେଥିପାଇଁ ନାବାଳିକା ସେଠାରୁ ଚାକିରି ଛାଡିଦେଇଥିଲେ । କିନ୍ତୁ ଏଥର ଅଭିଯୁକ୍ତ ଜଣଙ୍କ ସବୁ ସୀମା ଅତିକ୍ରମ କରିଥିଲେ । ଝିଅର ମାଆ ବିବାହ ଦେବାକୁ ମନା କରିବାରୁ ଖୁଲମ୍‌ଖୁଲା ବିଚ୍ ରାସ୍ତାରେ ବାଳିକା ଉପରେ ଆକ୍ରମଣ କରିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ଭିଡିଓ ସୁଟ୍ କରିଥିଲେ କିନ୍ତୁ କେହି ତାଙ୍କୁ ବଞ୍ଚାଇବାକୁ ଆସିନଥିଲେ । ସେହି ଭିଡିଓ ଏବେ ଭାଇରାଲ ହୋଇଛି ।

ପରିବାରର ଅଭିଯୋଗ ପରେ ପୋଲିସ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତକୁ ଗିରଫ ହୋଇଛି। ନାବାଳିକା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କୁହାଯାଉଛି ଯେ ଅଭିଯୁକ୍ତ ନାବଳିକାକୁ ଜାଳିଦେବାକୁ ଚେଷ୍ଟା କରିଥିଲା। ପୀଡିତାଙ୍କ ଅବସ୍ଥା ସୁଧାରିବା ପରେ ପୋଲିସ ତାଙ୍କୁ ପଚରାଉଚରା କରିବ। ପୋଲିସ କହିଛି ଯେ ଅଭିଯୁକ୍ତ ପୀଡିତାଙ୍କୁ ବିବାହ କରିବାକୁ ଚାହୁଁଛି। ଏହି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିଲା।

Get real time updates directly on you device, subscribe now.