fbpx

ଭାରତର ସିଲିଙ୍ଗ ଫ୍ୟାନ୍ ରେ ୩ଟି ବ୍ଲେଡ୍ , ଆମେରିକାର ଫ୍ୟାନ୍ ରେ ୪ଟି , କାହିଁକି?

ନୂଆଦିଲ୍ଲୀ : ଶୀତ ଦିନ ସରିବାକୁ ଆସିଲାଣି, ଗ୍ରୀଷ୍ମ ଋତୁ ଆରମ୍ଭ ହେଉଛି । ଗରମ ଉତ୍ତାପରୁ ରକ୍ଷା ପାଇବା ପାଇଁ ଫ୍ୟାନ୍ ଆବଶ୍ୟକ ପଡିବ । କିନ୍ତୁ ଆପଣ କେବେ ନଜର କରିଛନ୍ତି କି ଭାରତରେ ଥିବା ଫ୍ୟାନ୍ ଗୁଡିକ ସାଧାରଣତଃ ୩ଟି ବ୍ଲେଡ୍ ବିଶିଷ୍ଟ ହୋଇଥାଏ । କିନ୍ତୁ ଯଦି ଆପଣ ଆମେରିକାରେ ଦେଖିବେ ତେବେ ସେଠାକାର ଫ୍ୟାନରେ ୪ଟି ବ୍ଲେଡ୍ ଥାଏ ।

ଆସନ୍ତୁ ଆପଣଙ୍କୁ ଜାଣିବା ଫ୍ୟାନ୍ ରେ ତିନୋଟି ବ୍ଲେଡ୍ ରହିବା ପଛର କାରଣ କ’ଣ…

ବିଜ୍ଞାନ ହିସାବରେ ଫ୍ୟାନ୍ ରେ ଯେତେ ଅଧିକ ବ୍ଲେଡ୍ ଥାଏ, ସେତେ କମ୍ ପବନ ଦିଏ । ସେଥିପାଇଁ ଅଧିକାଂଶ ଗରମ ଅଞ୍ଚଳରେ ତିନୋଟି ବ୍ଲେଡ୍ ଫ୍ୟାନ୍ ବ୍ୟବହାର କରାଯାଏ । ତେଣୁ ଭାରତରେ ଅତ୍ୟାଧିକ ଗ୍ରୀଷ୍ମ ପ୍ରବାହ ସ୍ଥାନ ହୋଇଥିବାରୁ ଏଠାରେ ଅଧିକାଂଶ ସ୍ଥାନରେ ତିନୋଟି ବ୍ଲେଡ୍ ଥାଏ ।

ଶୀତଳ ଅଞ୍ଚଳରେ, ଫ୍ୟାନ୍ ଏକ ବାୟୁ ନିଷ୍କାସନ ଭାବରେ ଅଧିକ ବ୍ୟବହୃତ ହୁଏ । ତେଣୁ ବାୟୁ ନିଷ୍କାସନରେ ଚାରୋଟି ବ୍ଲେଡ୍ ଥାଏ । ସେଗୁଡିକ ଭେଣ୍ଟିଲେସନ୍ ପାଇଁ ବ୍ୟବହୃତ ହୁଏ । ଏଠାରେ କମ୍ ବାୟୁ ଆବଶ୍ୟକ ହୋଇଥାଏ । ତେଣୁ ଯଦି ଆମେରିକା ଏବଂ ୟୁରୋପୀୟ ଦେଶରେ ଗ୍ରୀଷ୍ମ ପ୍ରବାହ କମ୍ ଥାଏ । ତେଣୁ ସେଠାରେ ୪ ଟି ବ୍ଲେଡ୍ ଥିବା ଫ୍ୟାନ୍ ବ୍ୟବହାର କରାଯାଏ ।

Get real time updates directly on you device, subscribe now.