fbpx

ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ୩.୭ ରେକର୍ଡ଼

Advertisement

ନୂଆଦିଲ୍ଲୀ: ଆଜି ସକାଳୁ ସକାଳୁ ଭାରତର ଲେହ-ଲଦାଖ ସହ ଜାମ୍ମୁ କାଶ୍ମୀର ଅଂଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଲେହ-ଲଦାଖରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଏବଂ ଜାମ୍ମୁ କାଶ୍ମୀରରେ ୩.୭ ରେକର୍ଡ଼ କରାଯାଇଥିବା ନେଇ ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଫକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ଲେହ-ଲଦାଖରେ ସକାଳେ ପ୍ରାୟ ୪ଟା ୩୩ ମିନିଟ ଏବଂ ଜାମ୍ମୁ କାଶ୍ମୀରରେ ରାତି ୧ଟା ୧୦ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ଏହି ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ୫ କିମି ରହିଥିଲା ।

Get real time updates directly on you device, subscribe now.