ଭୁବନେଶ୍ବର: ସକାଳୁ ସକାଳୁ ଦୋହଲିଲା ମାଟି । ଭୂକମ୍ପରେ ଥରି ଉଠିଲା ମାଲକାନଗିରି । ଆଜି ସକାଳୁ ମାଲକାନଗିରିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ 7ଟା 28 ମିନିଟରେ ଏହି ଭୂକମ୍ପ ହୋଇଥିବା ସୂଚନା ରହିଛି । ତେବେ ମାଲକାନଗିରି ସହିତ ଛତିଶଗଡ ଏବଂ ସୁକମା ବିଜାପୁରରେ ମଧ୍ୟ ଏହି ଝଟକା ଅନୁଭୂତ ହୋଇଛି । ତେବେ ମୃଦୁ ଭୂକମ୍ପ କାରଣରୁ କୌଣସି ପ୍ରକାରେ କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । କିନ୍ତୁ ଏନେଇ ଆନୁଷ୍ଠନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।
ତେବେ ଓଡିଶା ଠାରୁ ଛତିଶଗଡରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡିଛି । ଲୋକେ ଘରୁ ଦୌଡି ବାହାରକୁ ଚାଲି ଆସିଥିବା ସୂଚନା ରହିଛି । ତେବେ ଏହା ପୂର୍ବରୁ ଗତ 4 ବର୍ଷ ପୂର୍ବେ ଅର୍ଥାତ୍ 2020 ମସିହାରେ ଏଭଳି ଏକ ମୃଦୁ ଭୂକମ୍ପ ମାଲକାନଗିରିରେ ଅନୁଭୂତ ହୋଇଥିଲା । ତେବେ ସେହି ସମୟରେ ମଧ୍ୟ କୌଣସି କ୍ଷୟକ୍ଷତି ହୋଇନଥିଲା । ତେବେ ଆଜି ସକାଳୁ ସକାଳୁ ଏଭଳି ଭୂକମ୍ପ ହେବା କାରଣରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।