fbpx

ଉତ୍ତର ଭାରତରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ, ୨୦ା୧୨: ଦିଲ୍ଲୀ ସ୍ଥିତ ଏନସିଆର ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସନ୍ଧ୍ୟା ପାଖାପାଖି ୫ଟା ୧୦ମିନିଟରେ ଭୂମିକମ୍ପରେ ଥରିଲା ଉତ୍ତରଭ ଭାରତ । ଦିଲ୍ଲୀ ସହ ଅମୃତସର, ଚଣ୍ଡିଗଡ଼,କାଶ୍ମୀର,ଶ୍ରୀନଗର, ହରିୟାଣା ଓ ପଞ୍ଜାବରେ ମଧ୍ୟ ଭୂମିକମ୍ପ ଅନୂଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୬.୩ ଥିବା ରିକ୍ଟର ସ୍କେଲରେ ରେକର୍ଡ଼ କରାଯାଇଛି । ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ଥାନର ହିନ୍ଦୁକୁଷଠାରେ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପ ବେଳେ ଲୋକମାନେ ପଦାକୁ ବାହାରି ଆସିଥିଲେ । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Get real time updates directly on you device, subscribe now.