fbpx

ଜମ୍ମୁ-କଶ୍ମୀରରେ ଭୂ-କମ୍ପ, ଲୋକେ ଘରୁ ଦୌଡ଼ିଲେ

ଶ୍ରୀନଗର: ମହାମାରୀ କରୋନାରେ ଦେଶ କଲବଲ ହେଉଥିବାବେଳେ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ସମସ୍ୟାକୁ ବହୁଗୁଣ କରିପକାଉଛି । କେଉଁଠି ଝଡ଼ବାତ୍ୟା ତ ଆଉ କେଉଁଠି ହିମସ୍ଖଳନ ଓ ଭୂ-କମ୍ପ । ଏଭଳି ଗୋଟିଏ ପରେ ଗୋଟିଏ ବିପଦକୁ ସାମ୍ନା କରୁଛି ଦେଶ । ଏହିକ୍ରମରେ ବୁଧବାର ଜମ୍ମୁ-କଶ୍ମୀରରେ ଭୂ-କମ୍ପ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ବୁଧବାର ଅପରାହ୍ଣ ଘ୨:୩୪ ମିନିଟ୍ ରେ ଦୋଡ଼ା ଅଞ୍ଚଳରେ ଭୂ-କମ୍ପ ହୋଇଥିଲା । ଏହା ରିଚର୍ ସ୍କେଲରେ ୩.୨ ତୀବ୍ରତା ରହିଥିବା ସ୍ପଷ୍ଟ କରାଯାଇଛି । ତେବେ ଏଥିରେ ମୃତାହତ ଓ କ୍ଷୟକ୍ଷତି କିଛି ହୋଇଥିବା ନେଇ ସୂଚନା ମିଳିନାହିଁ । ଭୂ-କମ୍ପର ତୀବ୍ରତା କମ୍ ରହିଥିଲେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ଜୀବନ ବିକଳରେ ଘରୁ ବାହାରକୁ ଦୌଡ଼ିଥିବା ସୂଚନା ମିଳିଛି ।

ସୂଚନା ଯୋଗ୍ୟ ଏହା ପୂର୍ବରୁ ଗତ ଫେବ୍ରୁଆରି ୧୩ ତାରିଖ ରାତି ୧୦ଟା ୩୪ରେ ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଭୂ-କମ୍ପ ହୋଇଥିଲା । ରିଚର୍ ସ୍କେଲ୍ରେ ୬.୩ ତୀବ୍ରତା ରହିଥିଲା ।

Get real time updates directly on you device, subscribe now.