fbpx
BSKY
BJD MC SKY
BJD YOUTH SKY

ଦିଲ୍ଲୀ-NCRରେ ଭୂକମ୍ପ ଝଟକା: ଜମ୍ମୁ କଶ୍ମୀରରେ ବି ଥରିଲା ଧରିତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଏକ ଭୟଙ୍କର ଭୂକମ୍ପ ଝଟକା ଦେଖିବାକୁ ମିଳିଛି । ଏଥିସହିତ ଜମ୍ମୁ କଶ୍ମୀରରେ ମଧ୍ୟ ଧରିତ୍ରୀ ଥରିଥିବା ଜଣାପଡ଼ିଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ରହିଥିବା ଜଣାପଡ଼ିଛି । ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଦିଲ୍ଲୀ-ଏନସିଆର ହେଉଛି ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ । ଯଦି ସେଠାରେ ଅଧିକ ତୀବ୍ରତା ବିଶିଷ୍ଟ ଭୂକମ୍ପ ଆସିବ, ତେବେ ବଡ଼ଧରଣର ତାଣ୍ଡବ ଦେଖିବାକୁ ମିଳିବ । ଏଥିସହିତ କ୍ଷୟକ୍ଷତି ବାବଦରେ କଳ୍ପନା କରିବା ମୁସ୍କିଲ ହୋଇପଡ଼ିବ । ତେଣୁ ଆଜି ଦିଲ୍ଲୀ-ଏନସିଆରରେ ଭୂମି ହଲିବା କାରଣରୁ ଲୋକଙ୍କ ମଧ୍ୟରେ ଏକପ୍ରକାରର ଭୟାବହ ଭାବନା ସୃଷ୍ଟି ହୋଇଛି ।

ଏହା ପୂର୍ବରୁ ନୂଆବର୍ଷ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଦେଖିବାକୁ ମିଳିଥିଲା । ଜାନୁଆରୀ ୧ ତାରିଖ ରାତି ୧୧.୨୮ ସମୟରେ ମେଘାଳୟର ନୋଙ୍ଗପୋହରେ ରିକ୍ଟର ସ୍କେଲରେ ୩.୨ ତୀବ୍ରତା ବିଶିଷ୍ଟ ଭୂକମ୍ପ ଆସିଥିଲା । ସେତେବେଳେ ଭୂକମ୍ପର କେନ୍ଦ୍ର ନୋଙ୍ଗପୋହର ଭୂମିଠାରୁ ୧୦ କିମି ରହିଥିଲା । ତା’ ପୂର୍ବରୁ ଡିସେମ୍ବର ୨୭-୨୮ରେ ରାତି ୨.୩୦ରେ ଉତ୍ତରାଖଣ୍ଡର ଉତ୍ତରକାଶୀଠାରୁ ନେପାଳ ପର୍ଯ୍ୟନ୍ତ ଭୂକମ୍ପ ଝଟକା ଦେଖିବାକୁ ମିଳିଥିଲା । ଭୂକମ୍ପର ପ୍ରଥମ ଝଟକା ନେପାଳର ବାଗଲୁଙ୍ଗ ଜିଲ୍ଲାରେ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.