fbpx

ପୂର୍ବତଟ ରେଳବାଇରେ ନିଯୁକ୍ତି ସୁଯୋଗ: ଦଶମ ଏବଂ ଦ୍ୱାଦଶ ପାସ୍ କରିପାରିବେ ଆବେଦନ

ପୂର୍ବତଟ ରେଳବାଇରେ ନିଯୁକ୍ତି ସୁଯୋଗ । ରେଳବାଇରେ ଫାର୍ମାସିଷ୍ଟ ସମତେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏହି ପଦରେ ଆବେଦନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଶାୟୀ ଇଷ୍ଟକୋଷ୍ଟ ରେଲୱେର ଅଫିସିଆଲ ମେଲ ଆଇଡି [email protected]  ଦ୍ୱାରା ଆବେଦନ କରିପାରିବେ । ସୁମଦାୟ ୧୪ ଟି ପଦବୀ ପାଇଁ ନିଯୁକ୍ତି ରହିଛି ।

ତେବେ ଆବେଦନ କରିବା ପୂର୍ବରୁ ଆଶାୟୀ ସମସ୍ତ ତଥ୍ୟ ଅଫିସିଆଲ ନୋଟିଫିକେସନରୁ ଦେଖିନିଅନ୍ତୁ ।

ଏହି ପଦବୀ ରହିଛି ଖାଲି:
ନର୍ସିଂ ଅଧୀକ୍ଷକ- ୪ ପଦ
ଫାର୍ମାସିଷ୍ଟ-୨ ପଦ
ହସ୍ପିଟାଲ ଆଟେଣ୍ଡାଣ୍ଟ-୪ ପଦ
ହାଉସ କିପିଂ ଆସିଷ୍ଟାଣ୍ଟ- ୪ ପଦରେ ନିଯୁକ୍ତି ଆବେଦନ ହେଉଛି ।

ନର୍ସିଂ ଅଧୀକ୍ଷକ ପଦ ପାଇଁ ଆଶାୟୀଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ବଏସସି ନର୍ସିଂ ଡିଗ୍ରୀ ରହିଥିବା ଆବଶ୍ୟକ । ସେହିଭଳି ଫାର୍ମାସିଷ୍ଟ ପଦ ପାଇଁ ଆଶାୟୀଙ୍କ ପାଖରେ ଦ୍ୱାଦଶ ପାଶ୍ ସହ ଫାର୍ମାସିଷ୍ଟ ଡିପ୍ଲେମା ରହିଥିବା ଆବଶ୍ୟକ । ହସ୍ପିଟାଲ ଆଟେଣ୍ଡାଣ୍ଟ ଏବଂ ହାଉସ କିପିଂ ଆସିଷ୍ଟାଣ୍ଟ ପଦ ପାଇଁ ଆଶାୟୀ ୧୦ ପାସ୍ ହେବା ଆବଶ୍ୟକ । ଏହି ପଦରେ ଆବେଦନ କରିବା ପାଇଁ ଆଶାୟୀଙ୍କୁ ଆୟୁସୀମା ୧୮ରୁ ୪୦ ବର୍ଷ ହେବା ମଧ୍ୟରେ ହୋଇଥିବା ଆବଶ୍ୟକ । ଓବିସି ପାଇଁ ୩ ବର୍ଷ ଏବଂ ଏସସି, ଏସିଟି ବର୍ଗ ପାଇଁ ୫ ବର୍ଷର ଛାଡ଼ ରହିଛି । ଇଣ୍ଟରଭ୍ୟୁ ଦ୍ୱାରା ଆଶାୟୀଙ୍କ ଚୟନ କରାଯିବ । ଏହି ଲିଙ୍କ ଦ୍ୱାରା ଆଶାୟୀ ଅଫିସିଆଲ ନୋଟିଫିକେସନ ଦେଖିପାରିବେ । https://eastcoastrail.indianrailways.gov.in/uploads/files/1638871273251-Notification%20for%20staff%20nurse20211207_12154230.pdf

 

Get real time updates directly on you device, subscribe now.