fbpx
BJD SKY
BJD SKY

ଲକ୍ଷ୍ମଣଙ୍କ ସ୍ଥାନ ନେବେ ଏହି ମହାନ କ୍ରିକେଟର: ଟେଷ୍ଟରେ ୪୦୦ ରନ କରିବାରେ ଏକମାତ୍ର ଖେଳାଳି

BJD

ନୂଆଦିଲ୍ଲୀ: ଭାରତୀୟ ଦିଗ୍ଗଜ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କ ସ୍ଥାନ ନେବେ ଆଉ ଜଣେ ଆନ୍ତର୍ଜାତୀୟ ତାରକା । ଆଇପିଏଲ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦ ସହିତ ଲକ୍ଷ୍ମଣ ନିଜର ସମ୍ପର୍କ ଛିନ୍ନ କରିବା ପରେ ଏହି ଖେଳାଳି ବର୍ତ୍ତମାନ ଯୋଡି ହୋଇ ଯାଇଛନ୍ତି । ଲକ୍ଷ୍ମଣଙ୍କୁ ବିସିସିଆଇ ପକ୍ଷରୁ ଏନସିଏର ଚେୟାରମ୍ୟାନ ଭାବରେ ଘୋଷଣା କରାଯିବା ପରେ ସେ ଆଇପିଏଲ ଛାଡିଥିଲେ । ଏହା ଫଳରେ ଦଳର ମେଣ୍ଟର ଭାବରେ ଯୋଗ ଦେବାକୁ ଯାଉଛନ୍ତି ବ୍ରାଏନ ଲାରା । ଏକମାତ୍ର ଟେଷ୍ଟ ଖେଳାଳି ଭାବରେ ଗୋଟିଏ ଇନିଂସରେ ୪୦୦ ରନ କରିଥିବା ଲାରା ଦଳର ପରାମଶର୍ମଦାତା ଭାବରେ କାମ କରିବେ । ପୂର୍ବରୁ ଲକ୍ଷ୍ମଣ ଏହି ଦାୟିତ୍ୱ ନିର୍ବାହ କରୁଥିଲେ । ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ପେସ ବୋଲର ଡେଲ ଷ୍ଟେନଙ୍କୁ ପେସ ବୋଲିଂ କୋଚ ଭାବରେ ଦାୟିତ୍ୱ ଦିଆଯାଇଥିବା ବେଳେ ମୁରଲୀଧରନ ସ୍ପିନ ବିଭାଗର ଦାୟିତ୍ୱ ସମ୍ଭାଳିବେ । ଭାରତୀୟ ଖେଳାଳି ହେମାଙ୍ଗ ବଦାନୀ ଫିଲ୍ଡିଂ କୋଚ୍ ଏବଂ ସ୍କାଉଟ ଭୂମିକା ସମ୍ଭାଳିବେ ।

୧୩୩ଟି ଟେଷ୍ଟ ଓ ୨୯୯ ଦିନିକିଆ ଖେଳିଥିବା ଲାରା ଉଭମୟ ଫର୍ମାଟରେ ୧୦ ହଜାରରୁ ଅଧିକ ରନ୍ କରିଛନ୍ତି । ଟେଷ୍ଟରେ ୩୪ ଶତକ ହାସଲ କରିଥିବା ଲାରା ଦିନିକିଆରେ ୧୯ଟି ଶତକ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ଗୋଟିଏ ପାଳିରେ ସର୍ବାଧିକ ୪୦୦ ରନ ସଂଗ୍ରହ କରିବାର ରେକର୍ଡ ମଧ୍ୟ ଲାରାଙ୍କ ନାମରେ ରହିଛି । ଅନ୍ୟ ପକ୍ଷରେ ସାଉଥ୍ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ୍ ୬୯୯ ଆନ୍ତର୍ଜାତୀୟ ୱିକେଟ ହାସଲ କରିଛନ୍ତି । ୯୩ ଟେଷ୍ଟରୁ ୪୩୫ ୱିକେଟ ସହିତ ଦିନିକିଆରେ ୧୯୬ ଏବଂଟି-୨୦ରେ ୬୪ଟି ୱିକେଟ ଅକ୍ତିଆର କରିଛନ୍ତି ଷ୍ଟେନ୍ ।

Get real time updates directly on you device, subscribe now.