fbpx
BSKY
BJD SHG SKY
BJD MC SKY

ଟ୍ରାଫିକ୍ ନିୟମ ଭାଙ୍ଗିଲେ ହେବ ଏଫଆଇଆର, ହାଇୱେରେ ସ୍ପିଡକୁ ନେଇ ହେବ ନୂଆ ନିୟମ, ଚେତାଇଲେ ନିତୀନ ଗଡ଼କରୀ

ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମ ଭାଙ୍ଗୁଥିଲେ ହୋଇଯାଆନ୍ତୁ ସାବଧାନ୍! କାରଣ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଦ୍ରୁତ ଗତିକୁ ନେଇ ନୂଆ ନିୟମ ଆଣିବାକୁ ଯାଉଛନ୍ତି । ଯେଉଁଥିରେ ଯଦି କେହି ଟ୍ରାଫିକ୍ ନିୟମ ଭାଙ୍ଗିବାର ପ୍ରମାଣ ମିଳିଲେ । ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହେବ । ଏନେଇ ନିଜେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ସୂଚନା ଦେଇଛନ୍ତି ।

ନିତୀନ ଗଡକରୀ ଉତ୍ତର ପ୍ରଦେଶ ଗାଜିଆବାଦ ସ୍ଥିତ ଡାସନାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଥିଲେ ଯେ ଖୁବଶୀଘ୍ର ହାଇୱେ ଏବଂ ଏକ୍ସପ୍ରେସୱେରେ ସ୍ୱିଡକୁ ନେଇ ନୂଆ ନୂଆ ନିୟମ ହେବାକୁ ଯାଉଛି । ଏହା ଅନୁଯାୟରୀ ଯଦି କେହି ଟ୍ରାଫିକ୍ ନିୟମକୁ ଭାଙ୍ଗୁଛନ୍ତି ଏବଂ କ୍ୟାମେରାରେ ଧରାପଡ଼ୁଛନ୍ତି ତେବେ କ୍ୟାମେରା ରେକର୍ଡିଂ ଅଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବ ହେବ ରେକର୍ଡିଂ ପ୍ରମାଣ ଭାବରେ କାମ କରିବ ।

Get real time updates directly on you device, subscribe now.