2026 ମସିହାରେ ପୁରୀରେ ହେବ ପୂର୍ବାଞ୍ଚଳ ପରିଷଦ ବୈଠକ, ରାଞ୍ଚିରୁ ଫେରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେଇ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ନୂଆଦିଲ୍ଲୀ: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଆଜି ପୂର୍ବାଞ୍ଚଳ ପରିଷଦ ବୈଠକ ଥିଲା। ଭାରତ ସରକାରଙ୍କ ଗୃହମନ୍ତ୍ରୀ ଅମିତ ସାହା ବୈଠକର ଅଧ୍ୟକ୍ଷତା କରିଥିଲେ । ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଫେରିଛନ୍ତି ।
ଆଜି ଫେରିବା ପରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । 2026 ମସିହାରେ ପୁରୀରେ ପୂର୍ବାଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହେବା ନେଇ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି, ସଫଳତାର ସହ ବୈଠକ ଶେଷ ହୋଇଛି । ସାମାଜିକ, ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବାକୁ ବୈଠକରେ ଗୁରୁତ୍ବ ଦିଆଯାଇଛି । ଅପହଞ୍ଚ ସ୍ଥାନରେ ବିକାଶ ପହଞ୍ଚାଇବାକୁ ଫୋକସ୍ କରାଯିବ ।
ଏବେବି ଅନେକ ସ୍ଥାନରେ ବ୍ୟାକିଂ ସୁବିଧା ପହଞ୍ଚିନି, ପହଞ୍ଚାଯିବ । ମହିଳାଙ୍କୁ କିପରି ଆହୁରି ସଶକ୍ତ କରାଯିବ ସେ ଉପରେ ବି ଗୁରୁତ୍ବ ଦେବା କଥା କହିଛନ୍ତି ।
ପ୍ରକାଶଥାଉକି, ପୂର୍ବାଞ୍ଚଳ ପରିଷଦ ବୈଠକରେ ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଓଡିଶାକୁ ନେଇ ଜୋନାଲ କାଉନସିଲ ବୈଠକ ହୋଇଥିଲା। ଏହି ବୈଠକ ସଫଳତାର ସହ ଶେଷ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ସବୁ ରାଜ୍ୟ ଗୁଡିକରେ ସାମାଜିକ ଆର୍ଥିକ ବିକାଶ କେମିତି ତ୍ୱରନି କରାଯିବ ସେ ନେଇ ଆଲୋଚନା ହୋଇଛି । ସମସ୍ତ ଜନସାଧାରଣଙ୍କୁ ସରକାରୀ ସେବା ଯୋଗାଇ ଦିଆଯିବ ତାର ପ୍ରସ୍ତବ ଉପରେ ଆଲୋଚନା ହୋଇଛି ।
ବୈଠକରେ ରାଜ୍ୟର ସମସ୍ତ ସ୍ଥାନରେ ବ୍ୟାଙ୍କ ସେବା, ମହିଳା ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ରରେ ବିକାଶ ପାଇଁ ମଧ୍ୟ ଆଲୋଚନା ହୋଇଛି । ମନ୍ତ୍ରୀ 31 ମାର୍ଚ୍ଚ 2026 ସୁଦ୍ଧା ସମ୍ପୂର୍ଣ ଭାବରେ ମାଓବାଦୀ ଦମନ ସହ ସମ୍ପୂର୍ଣ ସମାପ୍ତ ହେବ ସେଥିପାଇଁ ଆକ୍ସନ ମୋଡ଼ରେ ଅଛନ୍ତି ଅମିତ ଶାହା। 2047 ସୁଦ୍ଧା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଗଠନ ଲକ୍ଷ୍ୟ ନେଇ ମଧ୍ୟ ଆଲୋଚନା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ।