fbpx

ହାଡକୁ ମଜବୁତ କରିବା ପାଇଁ ପ୍ରତିଦିନ ଏହି ଖାଦ୍ୟ ଖାଆନ୍ତୁ, ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଶରୀର ରହିବ strong

Advertisement

ହାଡ ଆମ ଶରୀରର ସ୍ତମ୍ଭ ଭଳି ହୋଇଥାଏ, ଯାହା ଉପରେ ଆମର ସମ୍ପୂର୍ଣ୍ଣ ଶରୀର ଠିଆ ହୋଇଥାଏ। ହାଡ ମଜଭୁତ ରହିଲେ , ଶରୀର ମଧ୍ୟ ମଜଭୁତ ରହିବ। ହାଡକୁ ମଜଭୁତ ରଖିବା ପାଇଁ ଏକ ସନ୍ତୁଳିତ ଆହାର ସହ କାଲସିୟମର ଭରପୁର ମାତ୍ରାରେ ଗ୍ରହଣ କରିବା ଆବଶ୍ୟକ। ଏହାଛଡା ଉକ୍ତ ଖାଦ୍ୟରେ ପୋଷଣତତ୍ତ୍ୱ, ପ୍ରୋଟିନ, ଭିଟାମିନ ଏବଂ ଅନ୍ୟ ଖଣିଜତତ୍ତ୍ୱ ରହିବା ମଧ୍ୟ ଆବଶ୍ୟକ ।

କାରଣ ଏହିସବୁ ହାଡକୁ ମଜଭୁତ ରଖିବାରେ ସହାୟକ ହୋଇଥାନ୍ତି।

ବୟସ ବଢିବା ସହ ଆମ ହାଡ ମଧ୍ୟ ଧିରେ ଧିରେ ଦୁର୍ବଳ ହୋଇଥାଏ। ଏପରି ସମୟରେ କେଉଁ ଖାଦ୍ୟ ଖାଇଲେ ଆବଶ୍ୟକୀୟ କାଲସିୟମ, ଭିଟାମିନ ଡି, ମ୍ୟାଗ୍ନେସିୟମ ଏବଂ ପ୍ରୋଟିନ ମିଳିପାରିବ ଆସନ୍ତୁ ସେ ବିଷୟରେ ଜାଣିବା। ଏହା ହାଡର କ୍ଷତିକୁ ରୋକିବା ସହ ଅଷ୍ଟିଓପୋରୋସିସର ବିପଦକୁ କମ୍ କରିଥାଏ। ବ୍ରୋକଲି ,ପାଳଙ୍ଗ, କୋଲାର୍ଡ ଏବଂ ମେଥି ଭଳି ସବୁଜ ପନିପରିବା କାଲସିୟମ୍, ଭିଟାମିନ୍ କେ ଏବଂ ମ୍ୟାଗ୍ନେସିୟମରେ ଭରପୁର ହୋଇଥାଏ। ଭିଟାମିନ୍-କେ ହାଡର ସ୍ୱାସ୍ଥ୍ୟରେ ଏକ ମହତ୍ତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ। ଯାହାଦ୍ୱାରା ଫ୍ରାକ୍ଚର୍ ହେବାର ବିପଦ ଦୂର ହୋଇଥାଏ। ସେହିପରି ଅଖରୋଟ, ବାଦାମ, କାଜୁ, ପିସ୍ତା ସମେତ ପଖାପାଖି ସବୁ ଡ୍ରାଏ ଫ୍ରୁଟ୍ସ କେଲସିୟମ୍, ମ୍ୟାଗ୍ନେସିୟମ ଏବଂ ପ୍ରୋଟିନ ରେ ଭରପୁର ହୋଇଥାଏ। ପ୍ରତ୍ୟେକଦିନ ଡ୍ରାଏ ଫ୍ରୁଟ୍ସର ସେବନ କରିବାଦ୍ୱାରା ହାଡର ଘନତ୍ୱରେ ସୁଧାର ଆସିଥାଏ।

ଡ୍ରାଏ ଫ୍ରୁଟ୍ସ ଭଳି ବୀଜ ବା ମଞ୍ଜି ଯେପରିକି ଚିୟା ସିଡ୍, ଅଳସୀ, ତରଭୁଜ, ଖରଭୁଜ ଏବଂ ସୂର୍ଯ୍ୟମୂଖୀର ମଞ୍ଜିରେ ମଧ୍ୟ କେଲସିୟମ୍, ମ୍ୟାଗ୍ନେସିୟମ ଭଳି ଖଣିଜ ପଦାର୍ଥରେ ଭରପୁର ରହିଥାଏ , ଯାହା ହାଡକୁ ମଜଭୁତ ରଖିଥାଏ। ଏଗୁଡିକର ଦୈନିକ ସେବନ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଯଦି ଆପଣ ସକାଳର ଖାଦ୍ୟରେ ମଞ୍ଜି ଖାଉଛନ୍ତି ତେବେ ଏହା ଆପଣଙ୍କ ହାଡ ଏବଂ ଶରୀର ପାଇଁ ବହୁତ ଲାଭଦାୟକ। ସାଲ୍ମନ୍, ଟୂନା ଏବଂ ସାର୍ଡିନ୍ ଭଳି ଫ୍ୟାଟି ଫିସ ଭିଟାମିନ ଡିର ଏକ ଭଲ ସୁତ୍ର ଅଟେ। ଯାହା ଶରୀରକୁ କେଲ୍ସିୟମ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ। ନିୟମିତ ଭାବରେ ଫ୍ୟାଟି ଫିସର ସେବନ ଦ୍ୱାରା ଅଷ୍ଟିଓପୋରୋସିସ ଏବଂ ଫ୍ରାକ୍ଚରର ବିପଦ କମିଥାଏ। କ୍ଷୀର, ପନିର ଏବଂ ଦହି କାଲସିୟମର ଏକ ଉତ୍ତମ ସୂତ୍ର। ଏଥିରେ ଥିବା ଖଣିଜ ପଦାର୍ଥ ହାଡକୁ ମଜଭୁତ ରଖିବା ସହ ସୁସ୍ଥ ମଧ୍ୟ ରଖିଥାଏ। ନିୟମିତ ରୂପରେ ଦୁଗ୍ଧ ଜାତୀୟ ଖାଦ୍ୟ ଖାଇବାଦ୍ୱାରା ଫ୍ରାକ୍ଚର ଓ ଅଷ୍ଟିଓପୋରୋସିସର ବିପଦ ଦୂର ହୋଇଥାଏ।

Get real time updates directly on you device, subscribe now.