fbpx

ଆପଣଙ୍କ ଶରୀରରେ ଭିଟାମିନ-ଡି’ର ଅଭାବ ପୂରଣ ପାଇଁ କ’ଣ ଖାଇବେ ?

ଛତୁ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ଲାଭଦାୟକ ଅଟେ । ଛତୁରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ଭରି ରହିବା ସହ ଏଥିରେ କ୍ୟାଲୋରୀର ପରିମାଣ କମ୍ ଥାଏ । ଆସନ୍ତୁ ଜାଣିବା, ଆମ୍ଭେମାନେ କାହିଁକି ଛତୁ ଖାଇବା ଜରୁରୀ:-

  1.  ଭିଟାମିନ-ଡି କମ୍ ପନିପରିବାରେ ଉପଲବ୍ଧ ଥାଏ । ସେଥିମଧ୍ୟରୁ ଛତୁ ଅନ୍ୟତମ । ଭିଟାମିନ-ଡି ଆମ ଶରୀର ପାଇଁ ବହୁତ ଦରକାରୀ । ନିୟମିତ ଛତୁ ଖାଇଲେ ଶରୀରରେ ଭିଟାମିନ-ଡି’ର ଅଭାବ ପୂରଣ ହୋଇଥାଏ ।
  2. ଛତୁରେ ସେଲେନିୟମ୍ ଭରପୁର ମାତ୍ରାରେ ରହିଥିବାରୁ ଏହା ଶରୀରର ଭିତର ଭାଗକୁ ଠିକ୍ ରଖିଥାଏ । ଏହି ସେଲେନିୟମ ଇମ୍ୟୁନିଟି ପାୱାର ବଢ଼ାଇବା ସହ ଶରୀରରେ ଆଣ୍ଟିଅକ୍ସିଡେଣ୍ଟ ପରି କାମ କରିଥାଏ ।
  3. ଛତୁରେ କ୍ୟାଲୋରୀର ମାତ୍ର ବହୁତ କମ୍ ରହିଥାଏ । ୫ଟି ଧଳାରଙ୍ଗର ଛତୁରେ ମାତ୍ର ୨୦ କ୍ୟାଲୋରୀ ଶକ୍ତି ରହିଥାଏ । ଏହା ଖାଇବା ଦ୍ୱାରା ପେଟ ଶୀଘ୍ର ଭରିଯିବା ସହ ଜଲଦି ଭୋକ ଲାଗିନଥାଏ । ଫଳରେ ଆମେ ଜଙ୍କଫୁଡ୍ ଓ ଅତ୍ୟଧିକ ଖାଇବାରୁ ବର୍ତ୍ତି ପାରିବା ।
  4. ବିଶେଷଜ୍ଞଙ୍କ ମତରେ ଆପଣମାନେ ଡାଏଟରେ ବିଭିନ୍ନ ପ୍ରକାର ଖାଦ୍ୟକୁ ସାମିଲ କରିବା ଦରକାର । ଛତୁ ସବୁଆଡ଼େ ସହଜରେ ମିଳିପାରୁ ଥିବାରୁ ଏହାକୁ ଆପଣ ଗ୍ରହଣ କରି ପୋଷକ ତତ୍ତ୍ୱ ପାଇପାରିବେ । ଛତୁକୁ ତରକାରି, ସୁପ୍ ଆଦି ବନାଇ ଖ।ଇପାରିବେ ।

Get real time updates directly on you device, subscribe now.