fbpx

କରୋନା ଟିକା ଲଗାଇବା ପରେ ଏହା ଖାଆନ୍ତୁ, ବଢିଯିବ ଇମ୍ୟୁନିଟି ପାୱାର

ନୂଆଦିଲ୍ଲୀ: କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ସେଥିପାଇଁ ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି । ବର୍ତ୍ତମାନ ଦେଶରେ ୧୯ କୋଟିରୁ ଅଧିକ ଟିକା ଲଗାଯାଇଛି । ଟିକା ନେବା ପରେ କିଛି ଲୋକଙ୍କୁ ଜ୍ୱର, ମୁଣ୍ଡବିନ୍ଧା, ଶରୀରରେ ଯନ୍ତ୍ରଣା ଓ ଥକାପଣ ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏଥିପାଇଁ ବିଶେଷଜ୍ଞମାନେ କହିଛନ୍ତି ଯେ, ଟିକାକରଣ ପରେ ଖାଦ୍ୟ ଉପରେ ଗୁରୁତ୍ୱ ଦେବା ଉଚିତ୍ । ଏହା ଫଳରେ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ହ୍ରାସ ପାଇପାରେ ଓ ଇମ୍ୟୁନିଟି ପାୱାର ବୃଦ୍ଧି ହୋଇପାରେ । ତେବେ ଆସନ୍ତୁ ଜାଣିବା ଟିକା ନେବା ପରେ କ’ଣ ଖାଇବା ଉଚିତ୍‌….

ଫଳ: ଯଦି ଆପଣ ନିୟମିତ ଭାବେ ସୀମିତ ପରିମାଣର ଫଳ ଖାଉଛନ୍ତି, ତେବେ ତାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏବେ ଗୀଷ୍ମଋତୁ ହୋଇଥିବାରୁ ତରଭୁଜ ଖାଇବା ଭଲ । ଏହା ବ୍ୟତିତ ଭିଟାମିନ୍‌-ସିରେ ଭରପୂର ଥିବା ଫଳ ଯଥା- ଭଣ୍ଡା, ଧନିଆ ପତ୍ର, କମଳା ଖାଆନ୍ତୁ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ।

ସବୁଜ ପନିପରିବା: ଯେଉଁମାନେ କରୋନା ଟିକା ନେଇଛନ୍ତି, ସେମାନେ ନିଜ ଖାଦ୍ୟରେ ସବୁଜ ପନିପରିବା ସାମିଲ କରିବା ଉଚିତ୍ । କାରଣ ସବୁଜ ପନିପରିବା ପୋଷକ ତତ୍ତ୍ୱରେ ଭରପୂର ଓ ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରେ । ଏହା ସହ ସବୁଜ ପନିପରିବା ଶରୀରରକୁ ସୁସ୍ଥ ରଖିଥାଏ ।

ହଳଦୀ: ହଳଦୀକୁ ‘ଇମ୍ୟୁନିଟି ବୁଷ୍ଟର’ ବୋଲି କୁହାଯାଏ । ଏହାକୁ ରୋଷେଇରେ ବ୍ୟବହାର କରାଯାଏ, କିନ୍ତୁ ଆପଣ ଏହାକୁ ଅନ୍ୟ ଉପାୟରେ ବି ବ୍ୟବହାର କରିପାରିବେ । ଇମ୍ୟୁନିଟି ପାୱାର ବଢାଇବାକୁ ଆପଣ ହଳଦୀ କ୍ଷୀର ପିଅନ୍ତୁ ।

ପାଣି: ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପାଣି ପିଇବା ଉଚିତ । ବିଶେଷଜ୍ଞମାନେ କହିଛନ୍ତି ଯେ, ଯେଉଁମାନେ ନିୟମିତ ପ୍ରଚୁର ପାଣି ପିଉଛନ୍ତି, ସେମାନେ ସର୍ବଦା ସୁସ୍ଥ ରୁହନ୍ତି ଓ ସେମାନଙ୍କ ଇମ୍ୟୁନିଟି ପାୱାର ଭଲ ରହିଥାଏ ।

ରସୁଣ: ରସୁଣରେ ଭିଟାମିନ୍ସି-, ବି-୬, ସେଲେନିୟମ ଓ ମାଙ୍ଗାନିଜ ଭଳି ଖଣିଜ ଭରପୂର ମାତ୍ରାରେ ରହିଥାଏ । ଏହା ଶରୀରରେ ଭିଟାମିନ୍ ଓ ଇୁମ୍ୟନିଟି ବଢାଇବାରେ ସହାୟକ ହୋଇଥାଏ । ତେଣୁ ଆପଣ ନିଜ ଖାଦ୍ୟରେ ନିୟମିତ ଭାବରେ ରସୁଣ ସାମିଲ କରିବା ଉଚିତ୍ ।

Get real time updates directly on you device, subscribe now.