-
World 113,696,997
WorldConfirmed: 113,696,997Active: 21,926,514Recovered: 89,248,451Death: 2,522,032 -
USA 29,059,531
USAConfirmed: 29,059,531Active: 9,101,432Recovered: 19,437,119Death: 520,980 -
India 11,068,521
IndiaConfirmed: 11,068,521Active: 157,134Recovered: 10,754,497Death: 156,890 -
Brazil 10,393,886
BrazilConfirmed: 10,393,886Active: 818,529Recovered: 9,323,696Death: 251,661 -
Russia 4,223,186
RussiaConfirmed: 4,223,186Active: 354,496Recovered: 3,783,386Death: 85,304 -
UK 4,154,562
UKConfirmed: 4,154,562Active: 1,305,026Recovered: 2,727,466Death: 122,070 -
Italy 2,868,435
ItalyConfirmed: 2,868,435Active: 396,143Recovered: 2,375,318Death: 96,974 -
Turkey 2,674,766
TurkeyConfirmed: 2,674,766Active: 99,905Recovered: 2,546,503Death: 28,358 -
Germany 2,429,789
GermanyConfirmed: 2,429,789Active: 123,933Recovered: 2,235,700Death: 70,156 -
Pakistan 577,482
PakistanConfirmed: 577,482Active: 22,285Recovered: 542,393Death: 12,804 -
China 89,877
ChinaConfirmed: 89,877Active: 244Recovered: 84,997Death: 4,636
ମଣିଷର ଉଚ୍ଚତା ସାଧାରଣତଃ ବଂଶାନୁକ୍ରମିକ ହୋଇଥାଏ । ପିତାମାତାଙ୍କ ଶାରୀରିକ ଗଠନ ସନ୍ତାନମାନଙ୍କ କ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ । ଏହାଛଡ଼ା ଶରୀରର ଅଭିବୃଦ୍ଧି ଓ ବିକାଶ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପୋଷକ ତତ୍ତ୍ୱର ମଧ୍ୟ ଆବଶ୍ୟକତା ରହିଛି । ବୈଜ୍ଞାନିକଙ୍କ ମତରେ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ପହଞ୍ଚିବା ପରେ ମଣିଷର ଶରୀରର ଉଚ୍ଚତା ଆଉ ବୃଦ୍ଧି ହୁଏ ନାହିଁ । କିନ୍ତୁ ଆପଣ କଣ ଜାଣନ୍ତି କି, ଏପରି ଅନେକ ଖାଦ୍ୟ ଆମର ହାଡ଼ ଓ ଗଣ୍ଠିକୁ ମଜବୁତ କରିବା ସହ ଉଚ୍ଚତା ବୃଦ୍ଧିରେ ସହାୟକ ହୋଇଥାଏ । ଶାରୀରିକ ବିକାଶ ସହ ରୋଗ ପ୍ରତିରୋଧ କ୍ଷେତ୍ରରେ ପ୍ରୋଟିନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ବିଷୟରେ, ଯାହା ଶରୀରର ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରିଥାଏ ।
– ପୋଷକ ତତ୍ତ୍ୱ ସହ ପ୍ରୋଟିନରେ ଭରପୁର ଥିବା ଚିକେନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଭିଟାମିନ ବି-୧୨ ଏକ ଜଳ ଦ୍ରବଣୀୟ ଭିଟାମିନ ହୋଇଥିବାରୁ ଏହା ଉଚ୍ଚତା ବୃଦ୍ଧିରେ ସହାୟକ ହୋଇଥାଏ ।
– ବୀଜ ବା ମଞ୍ଜି ଜାତୀୟ ଖାଦ୍ୟରେ ପ୍ରୋଟିନ ସହ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ । ପ୍ରୋଟିନ ଇନସୁଲିନର ସ୍ତରକୁ ବୃଦ୍ଧି କରିଥାଏ । ଏଥିରେ ଆଇରନ୍ ଓ ଭିଟାମିନ-ବି ରହିଥିବାରୁ ଏହା ରକ୍ତହୀନତାକୁ ଦୂର କରିଥାଏ ।
– ପେସ୍ତା ବାଦାମରେ ମହଜୁଦ ଥିବା ବିଭିନ୍ନ ପ୍ରକାର ଭିଟାମିନ ଓ ମିନେରାଲ ଉଚ୍ଚତା ବୃଦ୍ଧିରେ ସହାୟକ ହୋଇଥାଏ । ଏହାଛଡ଼ା ଏଥିରେ, ମାଙ୍ଗାନିଜ, ଫାଇବର ଓ ମାଗ୍ନେସିୟମ ରହିଥାଏ । ଏଥିସହ ଭିଟାମିନ-ଇ ରହିଛି, ଯାହା ଆଣ୍ଟିଅକ୍ସିଡେଣ୍ଟ ରୂପରେ ଦୁଇଗୁଣ ହୋଇଯାଇଥାଏ । ବାଦାମକୁ ଆ ଶରୀରରେ ହାଡ଼ର ସୁରକ୍ଷା ପାଇଁ ଏକ ଉତ୍ତମ ଖାଦ୍ୟ ଭାବେ ଗ୍ରହଣ କରାଯାଏ ।
– ବନ୍ଧାକୋବି ସହ ଅନ୍ୟ ପତ୍ରଜାତୀୟ ସବଜିରୁ ଅନେକ ପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ । ଏଥିରେ ଭିଟାମିନ-ସି, କ୍ୟାଲସିୟମ, ଆଇରନ, ମ୍ୟାଗ୍ନେସିୟମ, ପୋଟାସିୟମ, ଭିଟାମିନ-କେ ରହିଥାଏ । ଏହା ହାଡ଼ ସହ ଉଚ୍ଚତା ବୃଦ୍ଧି କରିଥାଏ ।
– କନ୍ଦମୂଳ ଶରୀରରେ ହାଡ଼ର ସମସ୍ୟାକୁ ଦୂର କରିବା ସହ ଉଚ୍ଚତା ବୃଦ୍ଧିରେ ସହାୟକ ହୋଇଥାଏ । ଏଥିରେ ଦ୍ରବଣୀୟ ଓ ଅଣଦ୍ରବଣୀୟ ଦୁଇପ୍ରକାର ଉପାଦାନ ରହିଥାଏ, ଯାହା ହଜମ କ୍ରିୟାକୁ ଠିକ୍ ରଖିବା ସହ ଶରୀରରେ ଉପକାରୀ ବ୍ୟାକ୍ଟେରିଆ ସୃଷ୍ଟି କରିବାରେ ସହାୟକ ହୋଇଥାଏ ।
– ଅଣ୍ଡାକୁ ଏକ ପୁଷ୍ଟିକର ଖାଦ୍ୟ ହୋଇଥିବାରୁ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ । ହାଡ଼ ସମସ୍ୟାକୁ ଦୂର କରିବା ପାଇଁ ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି । ନିୟମିତ ଅଣ୍ଡା ସେବନ ଦ୍ୱାରା ପିଲାମାନଙ୍କ ଉଚ୍ଚତାରେ ବୃଦ୍ଧି ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡ଼ିଛି ।
Comments are closed.