-
World 113,715,452
WorldConfirmed: 113,715,452Active: 21,938,658Recovered: 89,254,351Death: 2,522,443 -
USA 29,060,600
USAConfirmed: 29,060,600Active: 9,102,193Recovered: 19,437,381Death: 521,026 -
India 11,077,957
IndiaConfirmed: 11,077,957Active: 160,631Recovered: 10,760,379Death: 156,947 -
Brazil 10,393,886
BrazilConfirmed: 10,393,886Active: 818,529Recovered: 9,323,696Death: 251,661 -
Russia 4,223,186
RussiaConfirmed: 4,223,186Active: 354,496Recovered: 3,783,386Death: 85,304 -
UK 4,163,085
UKConfirmed: 4,163,085Active: 1,313,204Recovered: 2,727,466Death: 122,415 -
Italy 2,868,435
ItalyConfirmed: 2,868,435Active: 396,143Recovered: 2,375,318Death: 96,974 -
Turkey 2,674,766
TurkeyConfirmed: 2,674,766Active: 99,905Recovered: 2,546,503Death: 28,358 -
Germany 2,430,285
GermanyConfirmed: 2,430,285Active: 124,420Recovered: 2,235,700Death: 70,165 -
Pakistan 577,482
PakistanConfirmed: 577,482Active: 22,285Recovered: 542,393Death: 12,804 -
China 89,877
ChinaConfirmed: 89,877Active: 244Recovered: 84,997Death: 4,636
ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ନୂଆ କୃଷି ଆଇନକୁ ନେଇ କୃଷକ ସଙ୍ଗଠନ ପକ୍ଷରୁ ଗତକାଲି ଟ୍ରାକ୍ଟର ରାଲି ହୋଇଥିଲା, ଯାହା ଫଳରେ ଦିଲ୍ଲୀରେ ହିଂସାକାଣ୍ଡ ଘଟିଥିଲା । ହିଂସାକାଣ୍ଡକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ବେଳେ ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଗତକାଲି ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ । କୌଣସି ପରିସ୍ଥିତିରେ ହିଂସାକୁ ପ୍ରଶୟ ଦିଆଯିବନି । ସ୍ୱାମୀନାଥନ କମିଟି ସୁପାରିଶ ଅନୁଯାୟୀ ଚାଷୀଙ୍କ ଆୟ ଦୁଇଗୁଣ ହେଉ । ଏନେଇ ବିଜେଡି ଆଗରୁ ମଧ୍ୟ କହିଆସିଛି ।’
ତେବେ ହିଂସାକାଣ୍ଡକୁ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ୨୨ଟି ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାର ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯିବ ବୋଲି ସୂଚନା ମିଳିଛି । ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡରେ ୧୫୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ୨ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ୧୫ ସିଆରପିଏଫ୍ ମୁତୟନ ହୋଇଥିବା ବେଳେ ହରିଆଣା ଓ ପଞ୍ଜାବରେ ହାଇଆଲର୍ଟ ଜାରି କରାଯାଇଛି । ତେବେ ହିଂସାକାଣ୍ଡ ଭିଆଇଥିବା କୃଷକମାନଙ୍କୁ ସିସିଟିଭି ଫୁଟେଜରୁ ଚିହ୍ନଟ କରାଯାଉଥିବା ପୋଲିସ ସୂତ୍ରରୁ ପ୍ରକାଶ । ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ବନ୍ଦ କରାଯାଇଥିବା ବେଳେ ଜାମା ମସଜିଦ ମେଟ୍ରୋ ଷ୍ଟେସନର ପ୍ରବେଶ ଗେଟ ମଧ୍ୟ ବନ୍ଦ କରାଯାଇଛି । ଏହି ଘଟଣାରେ ଆଜି ମଧ୍ୟ ପୋଲିସ କିଛି ମାମଲା ଦାୟ କରିବ ବୋଲି ସୂଚନା ମିଳିଛି ।
Comments are closed.