fbpx

ଏହିସବୁ ଖାଦ୍ୟ ଆଜିଠାରୁ ଖାଇବା ଆରମ୍ଭ କରନ୍ତୁ, କ୍ୟାନସର କେବେ ବି ପାଖ ମାଡ଼ିବ ନାହିଁ

କ୍ୟାନସର ଏକ ଭୟଙ୍କର ରୋଗ ଅଟେ । ବର୍ତ୍ତମାନ ସମୟରେ ଏହି ସମସ୍ୟା ଦ୍ରୁତଗତିରେ ବଢ଼ିଚାଲିଛି । ଯଦି କ୍ୟାନସର ପ୍ରାରମ୍ଭିକ ସ୍ତରରେ ଥାଏ, ତେବେ ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ରୋଗକୁ ଦୂର କରାଯାଇପାରେ । ସେହିପରି ଅନେକ ପ୍ରକାର ଖାଦ୍ୟ ସେବନ କରିବା ଦ୍ୱାରା କ୍ୟାନସରର ଆଶଙ୍କା ହ୍ରାସ ପାଇଥାଏ । ଆସନ୍ତୁ ଜାଣିବା ସେହି ଖାଦ୍ୟଗୁଡ଼ିକ ବିଷୟରେ:-

– ସବୁଜ ପନିପରିବା ସେବନ କରିବା ଦ୍ୱାରା ତାହା ବିଭିନ୍ନ ରୋଗ ସହ କ୍ୟାନସର ବିରୋଧରେ ଲଢ଼େଇ କରିଥାଏ । ବ୍ରୋକଲିରେ ଆଇସୋଥିୟୋସାଇନେଟ୍ ଥିବାରୁ ଏହା କ୍ୟାନସରର ଆଶଙ୍କାକୁ ହ୍ରାସ କରିଥାଏ । ସବୁଜ ପନିପରିବାରେ ଫାଇବର, ବିଟା କାରୋଟିନ ଭଳି ପୋଷକ ତତ୍ତ୍ୱ ଥିବାରୁ ଏହା ବିପଦରୁ ରକ୍ଷା କରିଥାଏ ।

– କ୍ୟାନସରରୁ ରକ୍ଷା ପାଇବା ପାଇଁ ନିୟମିତ ଗାଜରର ସେବନ ବହୁତ ଲାଭଦାୟକ ହୋଇଥାଏ । ଟମାଟୋରେ ଥିବା ଲାଇକୋପିନ ନାମକ ଏକ ଉପାଦାନ କ୍ୟାନସର ରୋଧୀ ଭାବେ କାର୍ଯ୍ୟ କରିଥାଏ ।

– ବ୍ଲାକ୍ ଟି ତୁଳନାରେ ଗ୍ରୀନ୍ ଟିରେ ତିନିଗୁଣା କ୍ୟାଟକିନ୍ସ ରହିଥିବାରୁ ତାହା କ୍ୟାନସରକୁ ରୋକିବାରେ ସହାୟତା କରିଥାଏ । ନିୟମିତ ଗ୍ରୀନ୍ ଟି ପିଇବା ଦ୍ୱାରା ମୁତ୍ରାଶୟ ଓ ପାଚନ ତନ୍ତ୍ରରେ କ୍ୟାନସର ଆଶଙ୍କା ଦୂର ହୋଇଥାଏ ।

– ଅଙ୍ଗୁରରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ଭରି ରହିଛି । ଅଙ୍ଗୁରରେ ରେସ୍ୱେରାଟ୍ରୋଲ ନାମକ ଏକ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ । ବିଶେଷ କରି ଲାଲ ଓ କଳା ରଙ୍ଗର ଅଙ୍ଗୁରରେ ଏହା ମିଳିଥାଏ, ଯାହାକି କ୍ୟାନସରର ପ୍ରଭାବକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.