fbpx
BJD SKY
BJD SKY

ତୁରନ୍ତ କମିଯିବ ବ୍ଲଡ ସୁଗାର: ଲଞ୍ଚର ୨ ଘଣ୍ଟା ପୂର୍ବରୁ ଖାଆନ୍ତୁ ଏହି ଜିନିଷ

BJD

ନୂଆଦିଲ୍ଲୀ: ମଣିଷ ଆଜିକାଲିର ଖାଦ୍ୟପେୟ ଓ ପରିବେଶ ଯୋଗୁଁ ବହୁ ରୋଗରେ ପଡ଼ୁଛି । ଏଥିମଧ୍ୟରୁ ଅତି ସାଧାରଣରେ ଦେଖାଯାଇଥାଏ ସୁଗାର ଓ କୋଲେଷ୍ଟ୍ରଲ ଜନିତ ପ୍ରୋବଲେମ । ଆଜିର ସମାଜରେ ପ୍ରାୟ ଅଧିକାଂଶ ଲୋକ ଏହି ସୁଗାର ଓ କୋଲେଷ୍ଟ୍ରଲ ଯୋଗୁଁ ଚିନ୍ତିତ । ଏଥିପାଇଁ ନିଜ ପସନ୍ଦ ରେ ଖାଦ୍ୟପେୟ ମଧ୍ୟ ଗ୍ରହଣ କରିପାରନ୍ତି ନାହିଁ । ସୁସ୍ଥ ଜୀବନ ଜିଇଁବାକୁୁ ସମସ୍ତେ ଚାହାଁନ୍ତି। ଏଥିପାଇଁ ଉତ୍ତମ ଖାଦ୍ୟ ଆବଶ୍ୟକ ହୋଇଥାଏ। ଏକ୍ସପର୍ଟଙ୍କ କହିବା ଅନୁଯାୟୀ ହାର୍ଟ ହେଲ୍ଥ ସହ ଡାଇଜେସନ ବା ହଜମ ପ୍ରକ୍ରିୟାକୁ ଠିକ ରଖିବା ପାଇଁ ବାଦାମ ସବୁଠୁ ଜରୁରୀ ହୋଇଥାଏ। ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହାସହିତ ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଲାଭକାରୀ ହୋଇଥାଏ।

ତେବେ ମନେ ରଖନ୍ତୁ ଲଞ୍ଚ ପୂର୍ବରୁ ପ୍ରତଦିନ ଏହି ଖାଦ୍ୟକୁ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ଶାରୀରିକ ସମସ୍ୟା ବହୁ ମାତ୍ରାରେ କମିଯିବ।
ବାଦାମରେ ମାଗ୍ନେସିୟମ, ଜିଙ୍କ, କ୍ୟାଲସିୟମ ଏବଂ ପୋଟାସିୟମ ଭଳି ମିନେରାଲ୍ସ ଭରି ରହିଛି। ଏହାକୁ ଆପଣ ଯେକୌଣସି ସମୟରେ ଖାଇପାରିବେ। କିନ୍ତୁ ଏହାକୁ ସକାଳ ସମୟରେ ଖାଲି ପେଟର ଖାଇବା ଦ୍ୱାରା ବେଶି ଫାଇଦା ହୋଇଥାଏ । ସେହିପରି ଲଞ୍ଚର ଦୁଇ ଘଣ୍ଟା ପୂର୍ବରୁ ଏହାକୁ ଖାଇଲେ ବ୍ଲଡ ସୁଗାର ଲେଭଲକୁ କଣ୍ଟ୍ରୋଲ କରିବାରେ ଏହା ସାହାଯ୍ୟ କରିଥାଏ। ଏହାସହିତ କୋଲେଷ୍ଟ୍ରଲକୁ କଣ୍ଟ୍ରୋଲ କରିବାରେ ଏହା ସାହାଯ୍ୟ କରିଥାଏ।

ବାଦାମରେ ଅନସାଚୁରେଟେଡ ଫ୍ୟାଟ, ଭିଟାମିନ ଇ ଏବଂ ଆଣ୍ଟି ଅକ୍ସିଡାଣ୍ଟ ପଲିଫୋନେଲ୍ସର ମାତ୍ରା ଆପଣଙ୍କ ଶରୀରକୁ ଭଲ ଉତ୍ସ ପ୍ରଦାନ କରିବ। ଏଥିରେ ଲେନୋଲିକ ଏସିଡ ରହିଥାଏ , ଯାହା ଏକ ପ୍ରକାରର ଫ୍ୟାଟ। ଏହା ନର୍ମାଲ ବ୍ଲଡ କୋଲେଷ୍ଟ୍ରଲ ଲେଭଲକୁ ଠିକ ରଖିବାରେ ସାହାଯ୍ୟ କରେ। ଏଥିରେ ଥିବା ମାଗ୍ନେସିୟମ ଥକାପଣକୁ ଦୂର କରିଥାଏ। ଏହା ଶରୀରରେ ମେଟାବୋଲିଜିମକୁ ଠିକ ରଖେ।

ଏଥିରେ ଥିବା ଲିପିଡ ଓମେଗା ୯, ଯାହା ମୋନୋଅନସାଚୁରେଟେଡ ଫ୍ୟାଟି ଏସିଡ । ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ବାଦାମରେ ଆଣ୍ଟି ଅକ୍ସିଡାଣ୍ଟ ଭରି ରହିଛି ଯାହା ଅକ୍ସିଡେଟିଭ ଷ୍ଟ୍ରେସକୁ କମ କରିବାରେ ସାହାଯ୍ୟ କରିଥାଏ। ଏହାସହ କୋଶିକା ଉପରେ ଭଲ ପ୍ରଭାବ ପକାଇଥାଏ।
ବାଦାମ ରାଇବୋଫ୍ଲୋବିନ, ନିୟାସିନ ଓ ଥିୟାମିନ ସହ ଫୋଲେଟ ରହିିଛି। ଏଥିରେ ଗ୍ଲାଇସୋମିକ ଇଣ୍ଡେକ୍ସ କମ ରହିଥାଏ ଯାହାଦ୍ୱାରା ବ୍ଲଡ ସୁଗାର ମାତ୍ରାକୁ କଣ୍ଟ୍ରୋଲ କରିଥାଏ। ଏଥିରେ ଫାଇବର, ହେଲଦି ଫ୍ୟାଟ ସହ ପ୍ରୋଟିନ ବି ଭରି ରହିଛି। ଏହା ସୁଗାରକୁ ଅବଶୋଷଣ କରିବାରେ ସାହାଯ୍ୟ କରେ। ଏକ୍ସପର୍ଟଙ୍କ ମୁତାବିକ ଭୋଜନର ଦୁଇଘଣ୍ଟା ପୂର୍ବରୁ ପ୍ରତିଦିନ ୫୬ ଗ୍ରାମ ବାଦାମ ଖାଇବା ଉଚିତ।

Get real time updates directly on you device, subscribe now.