fbpx

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ରଖିଲେ ଶାରୀରିକ ସମ୍ପର୍କ: ଭିଡିଓ ଭାଇରାଲ କରି ଜୀବନରୁ ମାରିଦେବାକୁ ଧମକ

ଲଭ୍, ସେକ୍ସ, ଧୋକା । ପ୍ରଥମେ ପ୍ରେମ ତା’ପରେ ଶାରୀରିକ ସମ୍ପର୍କ ଆଉ ପରେ ଧୋକା । ଏମିତିକି ଅଶ୍ଲୀଳ ଭିଡିଓ ଭାଇରାଲ ସହ ଜୀବନରୁ ମାରିଦେବାକୁ ଯୁବତୀଙ୍କୁ ଧମକ । ଏଭଳି ଘଟଣା ଘଟିଛି ଖୋଦ ରାଜଧାନୀ ଭୁବନେଶ୍ୱରରେ ।

ଜଣେ ଯୁବତୀ ପଡ଼ିଯାଇଥିଲେ ଯୁବକଙ୍କ ପ୍ରେମରେ । ଦୀର୍ଘ ଅଢ଼େଇ ବର୍ଷ ଧରି ସମ୍ପର୍କରେ ରହିଥିଲେ । କିନ୍ତୁ ଯେତେବେଳେ ଯୁବକଙ୍କ ପ୍ରକୃତ ଚେହେରା ଜାଣିବାକୁ ପାଇଥିଲେ ସେତେବେଳେକୁ ହୋଇଯାଇଥିଲା ଡେରି । ମହିଳା ଜଣକ ଯୁବକଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସତକୁ ସତ ଭିଡିଓ ଭାଇରାଲ କରି କରିଥିଲେ ମହିଳାଙ୍କୁ ବ୍ଲାକମେଲ ।

ସେପଟେ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ଯୁବକଙ୍କୁ କୋର୍ଟକୁ ପଠାଯାଇଛି । ମହିଳା ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ ଯେତେବେଳେ ଯୁବକ ଜଣକ ବିବାହିତ ବୋଲି ଜାଣିବାକୁ ପାଇଥିଲେ ସେତେବେଳେ ତାଙ୍କ ଠାରୁ ବ୍ରେକ ଅପ୍ କରିଥିଲେ, କିନ୍ତୁ ଅନ୍ୟ ପତ୍ନୀଙ୍କଠାରୁ ଛାଡ଼ପତ୍ର ନେଇ ତାଙ୍କ ସହ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଯୁବକ । ହେଲେ ତଥାପି ମଧ୍ୟ ସୁଧୁରି ନଥିଲେ ଯୁବକ ଜଣକ । ମଦ ପିଇ ତାଙ୍କୁ ବାଡ଼େଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଯୁବତୀ ।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଯୁବକ ଜଣକ ୧ ରୁ ଅଧିକ ଝିଅଙ୍କ ସହ ସମ୍ପର୍କରେ ଥିଲେ । ତେବେ ସବୁ ସତ କଥା ଜାଣିବା ପରେ ୬ ମାସ ଧରି ସେ ଅଲଗା ରହିଥିଲେ ଏବଂ ଯେତେବେଳେ ଅଲଗା ହେବାକୁ ଚାହିଥିଲେ ସେତେବେଳେ ଯୁବତୀଙ୍କ ପରିବାର ଲୋକଙ୍କୁ ଅଶ୍ଳୀଳ ଭିଡିଓ ପଠାଇଥିଲେ ଏବଂ ୧୩୨ ଜିବିର ଭିଡିଓ ଥିବାନେଇ କହିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.