fbpx
BJD SKY
BJD SKY

ବଦଳିଲା ମଣିପୁର ନିର୍ବାଚନ ତାରିଖ, ୬୦ଟି ବିଧାନସଭା ଆସନରେ ୨ଟି ପର୍ଯ୍ୟାୟରେ ହେବ ମତଦାନ

BJD

ନୂଆଦିଲ୍ଲୀ:ଦେଶରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ମଣିପୁର ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ତାରିଖରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ । ଏଣିକି ଫେବ୍ରୁଆରୀ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୫ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନୂଆ ତାରିଖ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ନିର୍ବାଚନ ଆୟୋଗ ମଣିୁପର ନିର୍ବାଚନ ପାଇଁ ଫେବ୍ରୁଆରୀ ୨୭ ଏବଂ ମାର୍ଚ୍ଚ ୩ ତାରିଖ ଧାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ନିର୍ବାଚନ ଆୟୋଗ ନିକଟରେ ପଞ୍ଜାବ ବିଧାନସଭା ପାଇଁ ମଧ୍ୟ ତାରିଖ ପରିବର୍ତ୍ତନ କରିଛନ୍ତି ।

ମଣିପୁରର ସମସ୍ତ ୬୦ଟି ବିଧାନସଭା ଆସନରେ ଫେବ୍ରୁଆରୀ ୨୮ ଓ ମାର୍ଚ୍ଚ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ।

Get real time updates directly on you device, subscribe now.