fbpx

ଇମ୍ୟୁନିଟି ବଢାଇବା ପାଇଁ ବର୍ଷାଋତୁରେ ଖାଆନ୍ତୁ ଏହି ଜିନିଷ, ଦୂରେଇ ରହିବ ସବୁ ରୋଗ

Advertisement

ନୂଆଦିଲ୍ଲୀ : ଅଧିକାଂଶ ଲୋକଙ୍କୁ ବର୍ଷାଋତୁ ବହୁତ ପସନ୍ଦ ଥାଏ । ଏହି ଋତୁ ଯେତିକି ଭଲ ହୋଇଥାଏ, ସେତିକି ହିଁ ଚିନ୍ତା ଜନକ ହୋଇଥାଏ । କରଣ ଏହି ଋତୁ ଆସିବା ସହିତ ଅନେକ ରୋକ ମଧ୍ୟ ତାହା ସହିତ ଆସିଥାଏ । ଋତୁ ବଦଳିବା ସହିତ ଆମର ଇମ୍ୟୁନିଟି ବି କମଜୋର ହୋଇଯାଏ । ଏହା ଦ୍ୱାରା ଭାଇରାଲ ଏବଂ ଇନଫେକ୍ସନର ବିପଦ ବଢିଯାଏ । ଏମିତିରେ ବର୍ଷାଋତୁର ମଜା ନେବା ସହିତ ନିଜ ସ୍ୱାସ୍ଥ୍ୟର ମଧ୍ୟ ଧ୍ୟାନ ରଖିବା ନିତ୍ୟନ୍ତ ଆବଶ୍ୟକ । ଏପରି କିଛି ଜିନିଷ ଅଛି ଯାହାକୁ ଆପଣ ଡାଏଟରେ ସାମିଲ କରି ନିଜର ଇମ୍ୟୁନିଟି ଶକ୍ତିକୁ ବଢାଇ ପାରିବେ ଏବଂ ସୁସ୍ଥ ମଧ୍ୟ ରହି ପାରିବେ ।

ଜାଣିନିଅନ୍ତୁ ଏହି ଜିନିଷ ବ୍ୟବହାର କରିଲେ ଦୂରେଇ ରହିବ ରୋଗ :

ତୁଳସୀ : ନ୍ୟୁଟ୍ରିଶନିସ୍ଟ ଲବନୀତ ବତ୍ରା ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି, ତୁଳସୀ ଆର‌୍ୟୁବେଦିକ ଜଡି଼-ବୁଟୀ ଭାବରେ ଜଣା ଯାଏ । ବର୍ଷା ଦିନରେ ଅନେକ ରୋଗର ସଂଙ୍କଟ ରହିଥାଏ । ତୁଳସୀର ପତ୍ର ଖାଇବା ଦ୍ୱାରା କେବଳ ରୋଗ ଭଲ ହୁଏ ତାହା ନୁହଁ, ଏହା ଦ୍ୱାରା ଶରୀରରେ ଥିବା ଇମ୍ୟୁନିଟି ଶକ୍ତି ମଧ୍ୟ ମଜବୁତ ହୋଇଥାଏ । ଏହାକୁ ଆପଣ ସିଧା ସଳଖ ଖାଇପାରିବେ, ଚାହାରେ ପକାଇ ପିଇ ପାରିବେ ଏବଂ ସୁପ ବନାଇ ମଧ୍ୟ ପିଇ ପାରିବେ ।

ଅଦା : ଅଦା ଜିନଜରୋଲ୍ସ, ପେରାଡୋଲ୍ସ, ସେସ୍କ୍ୟୁଡରପେନ୍ସ, ଶୋଗାଓଲ୍ସ ଏବଂ ଜିନଜରୋନରେ ଭରପୁର ହୋଇ ରହିଥାଏ । ଏଥିରେ ଶକ୍ତଶାଳୀ ଆଣ୍ଟିଅକ୍ସିଡେଣ୍ଟର ଗଣୁ ରହିଥାଏ । ଥଣ୍ଡା ଏବଂ ଜ୍ୱର ପାଇଁ ଏହା ଲାଭଦାୟକ ଅଟେ ।

ଗୋଲମରିଚ : ଏଥିରେ ପାଇପରିନ ନାମକ ଏକ ତତ୍ୱ ରହିଥାଏ, ଯେଉଁଥିରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ରୋଗାଣୁରୋଧିର ଗୁଣ ରହିଥାଏ । ଏହା ଖାଇବାର ସ୍ୱାଦ ବଢାଇବା ସହିତ ଶରୀର ପାଇଁ ଲାଭଦାୟକ ମନେକରାଯାଏ ।

ଭୃସଙ୍ଗ ପତ୍ର : ବର୍ଷାଋତୁରେ ଇନଫେକ୍ସନର ବିପଦ ବଢିଯାଇଥାଏ । ଏଥିରୁ ବଞ୍ଚିବା ପାଇଁ ଭୃସଙ୍ଗ ପତ୍ରର ବ୍ୟବହାର କରିପାରିବେ । ଏଥିରେ ଏଣ୍ଟିବାୟୋଟିକ ଏବଂ ଏଣ୍ଟିଫନଗଲର ଗୁଣ ମଧ୍ୟ ମିଳିଥାଏ ।ଯାହା ଆପଣଙ୍କୁ ରୋଗ ଠାରୁ ଦୂରେଇ ରଖିବ । ଏହା ବ୍ୟତୀତ ଏହି ପତ୍ରରେ ହାଇପୋଗ୍ଲାଇସେମିକ ଗୁଣ ଥାଏ ଯାହା ଆପଣଙ୍କ ଶରୀରର ଶର୍କରା ସ୍ତରକୁ କମ କରିଥାଏ ।

ଲେମ୍ବୁ : ବର୍ଷା ଋତୁରେ ଯଦି ଲେମ୍ବୁ ଭଳି ଖଟା ଫଳ ଖାଆନ୍ତି, ତେବେ ଇମ୍ୟୁନିଟି ଶକ୍ତ ହୋଇ ରହିବ । ବାସ୍ତବରେ ଏଥିରେ ଭିଟାମିନ ସି ଭରପୁର ହୋଇ ରହିଥାଏ । ଏହା ମଧ୍ୟ ଶକ୍ତିଶାଳି ଏଣ୍ଟିଅକ୍ସିଡେଣ୍ଟ ଅଟେ,ଯାହା ଇମ୍ୟୁନିଟିକୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.