fbpx

ବିଳମ୍ବିତ ରାତ୍ରିରେ ଖାଇବାର ଅଭ୍ୟାସ ଆପଣଙ୍କର ଅଛି କି? ଆଜିଠୁ ହୋଇଯାଆନ୍ତୁ ସାବଧାନ

ଅଧିକାଂଶ ଲୋକ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଠିକ ସମୟରେ ଖାଇ ପାରନ୍ତି ନାହିଁ । ଫଳସ୍ୱରୂପ ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ଅନେକ ଲୋକ କାର୍ଯ୍ୟ ବ୍ୟସ୍ତ ଯୋଗୁଁ ହେଉ ଅବା ଅବହେଳାରୁ ହେଉ ବିଳମ୍ବିତ ରାତ୍ରିରେ ଖାଦ୍ୟ ଗ୍ରହଣ କରିଥାନ୍ତି । ଆସନ୍ତୁ ଜାଣିବା ବିଳମ୍ବିତ ରାତ୍ରିରେ ଭୋଜନ କରିବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଉପରେ କ’ର ସବୁ କୁପ୍ରଭାବ ପଡ଼ିଥାଏ ।

– ବିଳମ୍ବିତ ରାତ୍ରିରେ ଜଙ୍କ୍ ଫୁଡ୍ ଖାଇବାରୁ ଦୂରେଇ ରହିବା ଉଚିତ । କାରଣ ଏହ ଆମ ଶରୀରରେ ମେଦବହୁଳତା ରୋଗ ସୃଷ୍ଟି କରେ । ସେଥିପାଇଁ ଆପଣ ରାତିରେ ପ୍ରୋଟିନଯୁକ୍ତ ଖାଦ୍ୟ, ବାଦାମ କିମ୍ବା ସେଓ ଖାଇପାରିବେ ।

– ବିଳମ୍ବିତ ରାତ୍ରିରେ ଖାଦ୍ୟ ଗ୍ରହଣ ପରେ ଅନେକ ଲୋକ ସଙ୍ଗେ ସଙ୍ଗେ ଶୋଇ ପଡ଼ିଥାନ୍ତି । ଏଥିପ୍ରତି ଆପଣଙ୍କୁ ସାବଧାନ ହେବାକୁ ପଡ଼ିବ । କାରଣ ଏହାଦ୍ୱାରା ଅମ୍ଲପିତ, ଛାତି ଯନ୍ତ୍ରଣା ଓ ପେଟ ସମସ୍ୟା ଦେଖାଦେବାର ସମ୍ଭାବନା ରହିଥାଏ ।

– ରାତିରେ ଡେରିରେ ଖାଇବା ଦ୍ୱାରା ଆପଣଙ୍କ ଶରୀରର ଓଜନ ବୃଦ୍ଧି ଘଟିଥାଏ । ଶରୀରର ଓଜନ ବଢ଼ିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇଥାଏ । ତେଣୁ ସବୁବେଳେ ରାତ୍ରି ଭୋଜନ ଠିକ୍ ସମୟରେ ଖାଇବା ପ୍ରତି ଯତ୍ନବାନ ହେବା ଦରକାର।

– ସାଧାରଣତଃ ରାତି ୭ଟାରୁ ୯ଟା ମଧ୍ୟରେ ଖାଇବା ଉଚିତ । ବିଳମ୍ବିତ ରାତିରେ ଖାଇବା ଦ୍ୱାରା ଏହା ଆପଣଙ୍କର ସ୍ମରଣଶକ୍ତି ହ୍ରାସ କରିବା ସହ ଏକାଗ୍ରତା ନଷ୍ଟ କରିଥାଏ । ତେଣୁ ଖାଦ୍ୟପେୟକୁ ନେଇ ଆଜିଠାରୁ ଯତ୍ନବାନ ହେବାକୁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.