fbpx

ଅତ୍ୟଧିକ ବାଦାମ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ଦେଖା ଦେଇପାରେ ଏହି ସମସ୍ୟା

ବାଦାମ ଖାଇବାକୁ ପାଟିକୁ ବହୁତୁ ଭଲ ଲାଗିଥାଏ ।ଖାସ କରି ଏହି ବର୍ଷ ଦିନେ ଖାଇବାକୁ ଅତ୍ୟନ୍ତ ଭଲ ଲାଗିଥାଏ। ଏହାସହ ସ୍ୱାସ୍ଥ୍ୟ ଲାଗି ଅଧ୍ୟ ଅତ୍ୟନ୍ତ ଭଲ। ଏଥିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ଫ୍ୟାଟ୍‌, ଓ ମ୍ୟାଗ୍ନେସିୟମ୍‌   ଭଳି ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। କିନ୍ତୁ  ଅଧିକ ପରିମାଣରେ ବାଦାମ ଖାଇବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ଅଧିକ  ପରିମାଣରେ ବାଦାମ ଖାଇବା ଦ୍ୱାରା ଶରୀରକୁ କ’ଣ ସବୁ କ୍ଷତି ପହଞ୍ଚିଥାଏ।

ଅଧିକ ପରିମାଣରେ ବାଦାମ ଖାଇବା ଦ୍ୱାରା ସେଥିରେ ଥିବା ଅଧିକ ଫାଇବର ଖାଦ୍ୟ ହଜମ କରିବାରେ ସମସ୍ୟା ସୃଷ୍ଟି କରିଥାଏ।

ଅଧିକ ପରିମାଣରେ ବାଦାମ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ପେଟ କାଟିବା, ଡାଇରିଆ, ଆଖିକୁ ସ୍ପଷ୍ଟ ଦେଖାନଯିବା ଓ ମୁଣ୍ଡ ବୁଲାଇବା ପରି ସମସ୍ୟା ଦେଖାଯାଇଥାଏ।

ବାଦାମରେ କ୍ୟାଲୋରୀ ଓ ଫ୍ୟାଟ୍‌ର ପରିମାଣ ଅଧିକ ଥିବାରୁ ଏହା ଓଜନ ବଢାଇଥାଏ।

ବାଦାମକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ସେଥିରେ ଥିବା ହାଇଡ୍ରୋକାୟାନିକ୍‌ ଏସିଡ୍‌ ଶରୀରରେ ବିଷାକ୍ତ(ଟକ୍‌ସିକ) ଲେବଲକୁ ବଢାଏ ଏବଂ ନର୍ଭ୍‌ ସିଷ୍ଟମ୍‌କୁ ଧୀମା କରିବା ସହ ଶ୍ୱାସ ସମ୍ବନ୍ଧୀୟ  ରୋଗକୁ ବଢାଏ।

Get real time updates directly on you device, subscribe now.