fbpx

ଭୋଜନ ଶେଷରେ କାହିଁକି ଖିଆଯାଏ ମିଠା ? ଜାଣନ୍ତୁ

ଖାଦ୍ୟ ଗ୍ରହଣ ପରେ ଆମକୁ ମିଠା ଖାଇବାକୁ ଦିଆଯାଏ। କୁହାଯାଏ ଯେ ଖାଇବା ପରେ କିଛି ମିଠା ଖାଇବା କଥା। ତେବେ ଭୋଜନ ଶେଷରେ କାହିଁକି ମିଠା ଖାଇବାକୁ କୁହାଯାଏ, ସେ ବିଷୟରେ ହୁଏତ ଖୁବ୍ କମ୍ ଲୋକଙ୍କୁ ଜଣାଥିବ। ଆସନ୍ତୁ ଜାଣିବା ଏହାର କାରଣ..

 

ଶାସ୍ତ୍ର ଅନୁଯାୟୀ, ଘରେ ହେଉ କିମ୍ବା ବାହାରେ ଯେ କୌଣସି ଭୋଜିରେ ଖାଇବା ଆରମ୍ଭ ରାଗ କିମ୍ବା ଲୁଣିରୁ ହୋଇଥାଏ। ଏହାସହିତ ଭୋଜନ ଶେଷରେ ମିଠା ଖାଇବାକୁ ଦିଆଯାଏ। ବୈଜ୍ଞାନିକ କାରଣ ଅନୁସାରେ, ରାଗ ଖାଦ୍ୟ ଖାଇବା ଯୋଗୁଁ ଆମ ପେଟ ଭିତରେ ଥିବା ପାଚନତନ୍ତ୍ର ଠିକ୍ ଭାବରେ ସଞ୍ଚାଳିତ ହୋଇପାରିନଥାଏ। ଶେଷରେ ମିଠା ଖାଇବା ଦ୍ଵାରା ଖାଦ୍ୟରେ ଥିବା ଅମ୍ଳର ତୀବ୍ରତା କମ୍ ହୋଇଥାଏ। ଫଳରେ ଏସିଡ଼ିଟି ବା ଜ୍ବଳନ ହୋଇନଥାଏ ଓ ଖାଦ୍ୟ ଠିକ ଭାବେ ହଜମ ହୋଇଥାଏ ।

 

ସେହିପରି ଭୋଜନ ପରେ ଖାଦ୍ୟ ନଳୀ ଶୁଷ୍କ ହୋଇଯିବାରୁ ଆମକୁ ଶୋଷ ଲାଗିଥାଏ ଏବଂ ଆମେ ପାଣି ପିଇବାକୁ ଇଚ୍ଛା କରୁ। ମାତ୍ର ଡାକ୍ତରଙ୍କ କହିବାନୁସାରେ, ଖାଇବାର ତୁରନ୍ତ ପରେ ପାଣି ପିଇବା ଅନୁଚିତ। ଏହା ଆମ ପାଚନକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଖାଇବା ପରେ କିଛି ମିଠା ଖାଇଲେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ ଓ ପାଣିର ଆବଶ୍ୟକତା ପଡ଼େ ନାହିଁ। ଏହି କାରଣରୁ ଆମକୁ ଖାଇବା ପରେ ମିଠା ଦିଆଯାଏ ।

Get real time updates directly on you device, subscribe now.