fbpx

ଅତ୍ୟଧିକ ରସୁଣ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ସମସ୍ୟାରେ ପଡିପାରନ୍ତି!

Advertisement

ରସୁଣ ଶରୀର ପାଇଁ ବେଶ ଉପକାରୀ ଓ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ରସୁଣ ଖାଇଲେ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। କିନ୍ତୁ ଅତ୍ୟଧିକ ମାତ୍ରାରେ ରସୁଣ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଆସନ୍ତୁ ଜାଣିବା ଅତ୍ୟଧିକ ରସୁଣ ଖାଇଲେ କେଉଁ ସବୁ ସମସ୍ୟା ହୋଇଥାଏ।

ଅତ୍ୟଧିକ ରସୁଣ ଖାଇଲେ ସେଥିରେ ଥିବା ଅକ୍ସିଡେଣ୍ଟ ଗୁଣ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ଏକାଠି କରେ । ଯାହା ଫଳ ରେ  ଲିଭର ଉପରେ ଖରାପ ପ୍ରଭାବ ପଡିଥାଏ।

ପ୍ରତିଦିନ ରସୁଣ ଖାଇଲେ ଓ ଅତ୍ୟଧିକ ପରିମାଣରେ ରସୁଣ ଖାଇଲେ ସବୁବେଳେ ପାଟିରୁ ଦୁର୍ଗନ୍ଧ ବାହାରେ।

ଅତ୍ୟଧିକ ରସୁଣ ଖାଇବା ଦ୍ୱାରା ବାନ୍ତି ହେବାର ସମ୍ଭାବନା ଥାଏ ଓ ଛାତି ଜଳପୋଡ଼ା ହୁଏ।

ଅଧିକ ରସୁଣ ଖାଇଲେ ମୁଣ୍ଡ ବିନ୍ଧେ ଓ ମାଇଗ୍ରେନ୍ ଭଳି ସମସ୍ୟା ଦେଖାଯାଏ। ସେହିପରି ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ।

Get real time updates directly on you device, subscribe now.