fbpx

ସବୁବେଳେ ଗୋଡ ବିନ୍ଧୁଥିଲେ ଆପଣାନ୍ତୁ ଏହି ଉପାୟ

ଅଧିକ ଚଲାବୁଲା କରିବା ଦ୍ଵାରା କେତେକ ଲୋକଙ୍କର ଗୋଡ଼ ବିନ୍ଧିବା ଭଳି ସମସ୍ୟା ଦେଖାଯାଏ। କିନ୍ତୁ ଆଜି ଆମେ ଏପରି ଉପାୟଗୁଡ଼ିକ ବିଷୟରେ ଜାଣିବା ଯାହା ଅବଲମ୍ବନ କଲେ ଆମେ ଗୋଡ଼ ଯନ୍ତ୍ରଣାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବା। ଆସନ୍ତୁ ଜାଣିବା..

– ଗୋଡ଼ର ଥକ୍କାପଣ ଦୂର କରିବା ପାଇଁ ସୋରିଷ ତେଲ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ୨ ଚାମଚ ସୋରିଷ ତେଲରେ ରସୁଣର ୩ଟି କୋଲା ମିଶାଇ ତେଲ ଗରମ କରି ନିଅନ୍ତୁ। ଏହି ନଖ ଉଷୁମ ତେଲକୁ ଗୋଡ଼ରେ ମାଲିସ୍ କରନ୍ତୁ । ଦେଖିବେ ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ମିଳିବ।

– ନଖ ଉଷୁମ ପାଣିରେ ୩ବଡ଼ ଚାମୁଚ ସୈନ୍ଧବ ଲବଣ ମିଶାଇ ଏହି ପାଣିରେ ନିଜ ଗୋଡ଼କୁ ବୁଡ଼ାଇ ରଖନ୍ତୁ।

– ଗୋଡ଼ର ଥକ୍କାପଣ ଦୂର କରିବା ପାଇଁ ବରଫ ବ୍ୟବହାର କରନ୍ତୁ। ବରଫକୁ ଗୋଡ଼ରେ ରଗଡ଼ନ୍ତୁ,ଏହା ଦ୍ବାରା ଗୋଡ଼ର ମାଂସପେଶୀରେ ସଙ୍କୁଚିତ ହେବ। ରକ୍ତପ୍ରବାହ ବୃଦ୍ଧି ହୋଇଯିବ। ଯାହା ଫଳରେ ଗୋଡ଼ବ୍ୟଥା ଭଲ ହୋଇଯିବ।

– ମେହେନ୍ଦୀ ପ୍ରାକୃତିକଭାବେ ମଧ୍ୟ ଗୋଡ଼ ପାଇଁ ଉପଯୋଗୀ ହୋଇଥାଏ। ମେହେନ୍ଦୀର ଗୁଣ ଥଣ୍ଡା ହୋଇଥାଏ ଯାହା ଗୋଡ଼ର ମାଂସପେଶୀ ପାଇଁ ଫଳପ୍ରଦ ହୋଇଥାଏ।

Get real time updates directly on you device, subscribe now.