ଅଖରୋଟକୁ ପ୍ରତିଦିନ ଖାଇଲେ ନିୟନ୍ତ୍ରଣରେ ରହିବ କୋଲେଷ୍ଟ୍ରଲ

News across the Earth, news close to your heart, Read Odisha Bhaskar English

ନିୟମିତ ଅଖରୋଟ ଖାଇଲେ ଏହା ଆମ ଶରୀରରେ ଅନେକ ଉପକାର କରିଥାଏ । ଅଖରୋଟରେ ଏଭଳି ତତ୍ତ୍ୱ ରହିଛି, ଯାହା କୋଲେଷ୍ଟ୍ରଲକୁ ଅନେକାଂଶରେ ନିୟନ୍ତ୍ରଣରେ ରଖିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି।

ଅଖରୋଟରେ ରହିଛି ଓମେଗା-୩ ଫ୍ୟାଟି ଏସିଡ୍‌। ଏହା ଖରାପ କୋଲେଷ୍ଟ୍ରଲକୁ ନଷ୍ଟ କରିବାରେ ସହାୟକ ହୋଇଥାଏ। ଏହାକୁ ଦୈନନ୍ଦିନ ଖାଇବାରେ ସାମିଲ କଲେ ଏହା ଷ୍ଟ୍ରୋକ୍‌ ଏବଂ ହୃତ୍‌ପିଣ୍ଡ ସମସ୍ୟାରୁ ଦୂରେଇ ରଖିଥାଏ।

ଧମନୀରେ ରକ୍ତ ଅବରୋଧକୁ ମଧ୍ୟ ଏହା ସଫା କରିଥାଏ। ଅଖରୋଟରେ ଏକ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ରହିଛି, ଯାହା ଆଜ୍‌ମା, ଏକ୍‌ଜିମା ଏବଂ ଆଣ୍ଠୁଗଣ୍ଠି ସମସ୍ୟାରୁ ଉପଶମ ଦେଇଥାଏ।

ଏହାବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିବାରେ ଅଖରୋଟ ଆନେକ ଉପକାରୀ ସାବ୍ୟସ୍ତ ହୋଇଥାଏ ।

ଭିଟାମିନ୍‌-ଇ କମ୍ପ୍ଲେକ୍ସର ପ୍ରମୁଖ ଉତ୍ସ ହେଉଛି ଅଖରୋଟ, ଯାହା ଗର୍ଭବତୀଙ୍କ ପାଇଁ ମଧ୍ୟ ବେଶ୍‌ ଉପକାରୀ ହୋଇଥାଏ ।

Get real time updates directly on you device, subscribe now.