ନୂଆଦିଲ୍ଲୀ: ଆଜିଠୁ ଦେଶର ରାଜଧାନୀରେ ଆରମ୍ଭ ହୋଇଛି ଇ-ବସ ସେବା । ଦିଲ୍ଲୀରେ ପ୍ରତିଦିନ ବସରେ ଯାତାୟତ କରୁଥିବା ଲୋକମାନଙ୍କ ପାଇଁ ଏହା ଏକ ବଡ ଉପହାର ବୋଲି କୁହାଯାଉଛି । ରାଜଧାନୀର ରାଜରାସ୍ତାରେ ଏହି ସେବାକୁ ନୀଳ ପତାକା ଦେଖାଇ ସେବାର ଶୁଭାରମ୍ଭ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ପ୍ରଥମ ପର୍ଯ୍ୟାୟେ ମୋଟ ୧୫୦ଟି ଇ-ବସ ଗଡିବା ଆରମ୍ଭ କରିଛି ।
ସୂଚନା ଅନୁସାରେ, ଆଜି ଦିଲ୍ଲୀର ରାଜରାସ୍ତାରେ ଉପଲବ୍ଧ ହେବାକୁ ଯାଉଛି ଇଲେକ୍ଟ୍ରୋନିକ ବସ ସେବା । ଏହି ସେବାକୁ ନୀଳ ପତାକା ଦେଖାଇ ସେବାର ଶୁଭାରମ୍ଭ କରିବା ସହିତ ଏଥିରେ ପରଭ୍ରମଣ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଏହାସହିତ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଏହି ସେବା ବିନା ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛି ଦିଲ୍ଳୀ ପରିବହନ ବିଭାଗ ବା ଡିଟିସି । ତେବେ ଏହି ପରୀାପ୍ରକ୍ଷୀରେ ଆଗକୁ ଜୁନ ଜୁଲାଇ ସୁଦ୍ଦା ରାଜ୍ୟରେ ଆହୁରି ୧୫୦ ବା ଅଧିକ ଇ-ବସ ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଆଇପି ଏକ୍ସଟେନସନ ବସ ଡିପୋରେ ଇ-ବସ ସେବାକୁ ନୀଳ ପତାତା ଦେଷଖାଇ ଶୁଭାରମ୍ଭ କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜରିୱାଲ । ଏହି ଅବସରରେ ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କ ସହିତ ଏହି ବସ ର ମଜା ନେଇଛନ୍ତି ମୁଖ୍ୟମନ୍ତ୍ରୀ ।
दिल्ली: मुख्यमंत्री अरविंद केजरीवाल ने 150 इलेक्ट्रिक DTC बसों को हरी झंडी दिखाकर रवाना किया और साथ ही बस में सफर भी किया। इस दौरान उनके साथ दिल्ली के परिवहन मंत्री कैलाश गहलोत भी मौजूद रहें। pic.twitter.com/sBXPkLGA9p
— ANI_HindiNews (@AHindinews) May 24, 2022
ସୂଚନା ଯୋଗ୍ୟ, ପୂର୍ବରୁ ମଧ୍ୟ ୨ଟି ଇ-ବସକୁ ଅନୁମତି ଦେଇଥିଲେ ଅରବିନ୍ଦ କେଜରିୱାଲ । ତେବେ ଆଜିର ଆଉ ୧୫୦ ବସ ମିଶି ଏବେ ରାଜ୍ୟରେ ମୋଟ ୧୫୨ଟି ଇ-ବସ ସେବା ଉପଲବ୍ଧ ରହିଛି । ୍େତବେ ନୂଆ ଇ-ବସ ସେବା ଆରମ୍ଭ ହୋଇଥିବାରୁ ୨୪ ମେ”ରୁ୩ ଦିନ ପର୍ଯ୍ୟନ୍ତ ଯାତ୍ରୀମାନେ ମାଗଣା ଏହି ସେବା ଉପଭୋଗ କରିପାରିବେ । ତେବେ ଏହି ବସ ସେବା ଦ୍ୱାରା ବାୟୁ ପ୍ରଦୂଷଣକୁ ରୋକା ଯାଇ ପାରିବ । କାରଣ ଐହି ଗାଡିରୁ ଦୂଆଁ ନିର୍ଗତ ହୋଇନଥାଏ । ଏହାବ୍ୟତୀତ ଗାଡିରେ ସିସିଟିଭି, ଜିପିଏସ ଏବଂ ପ୍ୟାନିକ ବଟନ ଭଳି ଅନେକ ସୁବିଦା ପାଇପାରିବେ ଯାତ୍ରୀ ।