fbpx

ଶିବସେନାର ନିର୍ବାଚନ ଚିହ୍ନ ‘ଧନୁ-ତୀର’କୁ ଫ୍ରିଜ୍ କରିଲା ଇସି: କେହି କରିପାରିବେ ନାହିଁ ବ୍ୟବହାର

ମୁମ୍ବାଇ:ସେନା ଆଉ ସେନା ଭିତରେ ମୁକାବିଲା ଅନ୍ତ ହେବାର ନା ନେଉ ନାହିଁ । କେତେବେଳେ ରାଲି କୁ ନେଇ ପାଟି ଗୋଳ ତ ପୁଣି କେତେ ବେଳେ କିଏ ଦଳର ଚିନ୍ହ ପାଇଁ । ମୁମ୍ବାଇର ଅନ୍ଧରୀ ପୂର୍ବ ବିଧାନସଭା ଉପନିର୍ବାଚନ ପୂର୍ବରୁ ଶନିବାର ନିର୍ବାଚନ କମିଶନ (ଇସି) ଶିବସେନାର ନିର୍ବାଚନ ଚିହ୍ନ ‘ଧନୁ-ତୀର’କୁ ଫ୍ରିଜ୍ କରିଦେଇଛନ୍ତି। ଫଳରେ ଏବେ ଉଦ୍ଧବ ଠାକ୍‌ରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀ ଏହି ଚିହ୍ନ ବ୍ୟବହାର କରିପାରିବେ ନାହିଁ । ଏହା ସହିତ ଇସି ଶିବସେନା ନାମ ବ୍ୟବହାର ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି। ଅର୍ଥାତ୍ ଆଗାମୀ ଉପନିର୍ବାଚନରେ ଉଭୟ ଗୋଷ୍ଠୀ ଏହି ନାମର ପ୍ରୟୋଗ କରିପାରିବେ ନାହିଁ।

ସୂଚନାମୁତାବକ ଶିବସେନାର ନିର୍ବାଚନ ଚିହ୍ନକୁ ନେଇ ଉଦ୍ଧବ ଠାକ୍‌ରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏପରିକି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଉଦ୍ଧବ ଶିବସେନାକୁ ନିଜ ପିତାଙ୍କ ପାର୍ଟି କହି ଏହା ଉପରେ ନିଜର ଦାବି ଉପସ୍ଥାପନ କରିଥିବା ବେଳେ ଗଣତନ୍ତ୍ରରେ ବହୁମତ ଯାହା ପାଖରେ ରହିଛି ପାର୍ଟି ତା’ର ବୋଲି ସିନ୍ଦେ ଦାବିକରିଆସୁଥିଲେ । ତେବେ ନିର୍ବାଚନ କମିଶନଙ୍କ ଏହି ଘୋଷଣା ପରେ ଏବେ ଦୁଇ ଗୋଷ୍ଠୀ ପାର୍ଟିର ନାମ ଏବଂ ଚିହ୍ନ ବ୍ୟବହାର କରିବାରୁ ବଞ୍ଚିତ ହୋଇଛନ୍ତି ।ତେଣୁ ନଭେମ୍ବର ୩ ଉପ ନିର୍ବାଚନ ପାଇଁ ଶିବସେନାର ଉଦ୍ଧବ ଗୋଷ୍ଠୀଙ୍କୁ ଇସି ଅନ୍ୟ ନାମ ଓ ଚିହ୍ନ ଦେବେ । ତେବେ ଏହି ଉପ ନିର୍ବାଚନରେ ସିନ୍ଦେ ଗୋଷ୍ଠୀ ପ୍ରାର୍ଥୀ ଦେଇନଥିବାରୁ ତାଙ୍କ ପାଇଁ ନୂତନ ନାମ ଓ ଚିହ୍ନର ଆବଶ୍ୟକତା ନାହିଁ । ଏହି ଉପ ନିର୍ବାଚନରେ\ ବିଜେପି ସହିତ ଉଦ୍ଧବ ଗୋଷ୍ଠୀର ଲଢ଼େଇ ହେବ।

Get real time updates directly on you device, subscribe now.