fbpx
BJD SKY
BJD SKY

ବଜାରରେ ପରିବା କିଣିବାକୁ ପହଞ୍ଚିଲେ କେନ୍ଦ୍ର ଅର୍ଥମନ୍ତ୍ରୀ: ସାମ୍ନାକୁ ଆସିଲା Video

BJD

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ଚେନ୍ନାଇର ମାୟଲାପୁର ଅଞ୍ଚଳରେ ପରିବାର କିଣୁଥିବାର ନଜର ଆସିଛନ୍ତି । ଏହି ସମୟରେ ପରିବା ବିକ୍ରି କରୁଥିବା ଲୋକଙ୍କ ସହ ମଧ୍ୟ ସେ କଥା ହୋଇଥିଲେ । ନିର୍ମଳା ସୀତାରମଣ ରାତି ସମୟରେ ପରିବା କିଣୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ତେବେ ଅର୍ଥମନ୍ତ୍ରୀଙ୍କ ପରିବା କିଣିବା ଭିଡିଓ ନିର୍ମଳାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି । ଏହି ଟ୍ୱିଟକୁ ଅର୍ଥମନ୍ତ୍ରୀ ମଧ୍ୟ ରି-ଟ୍ୱିଟ୍ କରିଛନ୍ତି । ଅର୍ଥମନ୍ତ୍ରୀ ଗୋଟିଏ ଦୋକାନ ଆଗରେ ରହି ଏକ ପାତ୍ରରେ ନିଜେ ପରିବା ବାଛି ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ପରିବା ବଜାରରେ ଅଟକିବା ଓ ପରିବା କିଣିବାର ଏହି ଭିଡିଓରେ ଲୋକମାନେ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଏହା ସହ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାରତରେ ମୁଦ୍ରାସ୍ଫୀତି ଗତ କିଛି ମାସ ହେବ ଲଗାତାର ବଢ଼ିବାରେ ଲାଗିଛି । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଏହାର ପଛର ବଡ଼ କାରଣ । ଦରଦାମ୍ ବଢ଼ୁଥିବାରୁ ସାଧାରଣ ଲୋକଙ୍କ ଉପରେ ବୋଝ ବଢ଼ିବାରେ ଲାଗିଛି । ଦୈନନ୍ଦିତ ଆବଶ୍ୟକତାକୁ ପୂରଣ କରିବା ସେମାନଙ୍କ ପାଇଁ ଅସମ୍ଭବ ହେବାରେ ଲାଗିଛି । ପେଟ୍ରୋଲ-ଡିଜେଲର ମହଙ୍ଗା ମାଡ଼ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି । ସରକାର ଏହି ପରିସ୍ଥିତି ପାଇଁ କରୋନା ମହାମାରୀ ଓ ରୁଷ-ୟୁକ୍ରେନ ଯୁଦ୍ଧକୁ ଦାୟୀ କରିଛନ୍ତି ।

Get real time updates directly on you device, subscribe now.