fbpx

ଆଜି କୁମାର ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ: ଚନ୍ଦ୍ରଙ୍କ ସହ ଜଡିତ କରନ୍ତୁ ଏହି କାମ, ମିଳିବ ସଫଳତା…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ପର୍ବର କିଛି ମହତ୍ତ୍ୱ ଏବଂ ଗୁରୁତ୍ୱ ରହିଥାଏ । ଯାହାକି ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇଥାଏ । ତେବେ ଏହି ପର୍ବରୁ ଗୋଟିଏ ହେଉଛି କୁମାର ପୂର୍ଣ୍ଣିମା ଯାହାକି ଓଡିଶାରେ ଖୁବ୍ ଧୁମଧାମରେ ପାଳିତ ହୁଏ । ଏହି ଦିନ କୁମାରୀ ଯୁବତୀମାନେ ସକାଳୁ ସ୍ନାନ ସାରି ମନ୍ଦିର ଯାଇ ଠାକୁର ଦର୍ଶନ କରନ୍ତି, କୁହାଯାଏ ଯେ ଭଲ ବର ପାଇବା ପାଇଁ କୁମାରୀ ଯୁବତୀମାନେ ଚନ୍ଦ୍ରଙ୍କୁ ପୂଜା କରିଥାନ୍ତି । ତେବେ ଏହି କୁମାର ପୂର୍ଣ୍ଣିମା ଆଶ୍ୱିନମାସ ପୂର୍ଣ୍ଣିମା ତିଥିରେ ପଡିଥାଏ ,ଯାହା ଚଳିତ ବର୍ଷ ଅକ୍ଟୋବର ୯ ତାରିଖ ଅର୍ଥାତ ଆଜି ପଡୁଛି ।

ଆଜି ଦିନରେ ଚନ୍ଦ୍ର ପୃଥିବୀର ଅତି ନିକଟତମ ହୋଇଥାନ୍ତି ଫଳରେ ସେ ତାଙ୍କ କିରଣରେ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦେଇଥାନ୍ତି । ଆଜିର ଦିନରେ ଚନ୍ଦ୍ର ତାଙ୍କର ୧୬ କଳାରେ ପରିପୂର୍ଣ୍ଣ ହୋଇଥାନ୍ତି । ତେବେ ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ଏକ ଶୁଭ ସଂଯୋଗ ସୃଷ୍ଟି ହେଉଛି । ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପଡିବ । ଏହି ଦିନ ଏପରି କିଛି କାର୍ଯ୍ୟ ଯାହା କରିବା ଦ୍ୱାରା ଜୀବନରେ ସଫଳତା ମିଳିବା ସହ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଶୁଭ ସଂଯୋଗ ଏବଂ କାର୍ଯ୍ୟ ବିଷୟରେ…

କୁମାର ପୂର୍ଣ୍ଣିମାରେ ଗ୍ରହଙ୍କ ଶୁଭ ସଂଯୋଗ:

ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଦିନ ଗ୍ରହମାନଙ୍କ ଶୁଭ ସଂଯୋଗ ସୃଷ୍ଟି ହେଉଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜି ଚନ୍ଦ୍ର ଏବଂ ବୃହସ୍ପତି ମିନ ରାଶିରେ ପ୍ରବେଶ କରିବେ । ଯାହାଫଳରେ ଗଜକେଶରୀଶେଯାଗ ସୃଷ୍ଟି ହେଉଛି । ସେହିପରି ବୁଧ ଗ୍ରହ ଏବଂ ସୂର୍ଯ୍ୟ ମିଶି ବୁଦ୍ଧାଦିତ୍ୟ ଯୋଗ ଏବଂ ବୁଧ ଓ ଶୁକ୍ର ମିଶି ଲକ୍ଷ୍ମୀନାରାୟଣ ଯୋଗ ନିର୍ମାଣ କରୁଛନ୍ତି । ଯାହାଫଳରେ ଏହା ଅନେକ ଶୁଭ ଫଳ ପ୍ରଦାନ କରିବ । ତେବେ ଏହି ଦିନ ଚନ୍ଦ୍ରଙ୍କ ସହ ଜଡିତ କିଛି ଉପାୟ ରହିଥାଏ ଯାହା କରିବା ଦ୍ୱାରା ଏହା ଜୀବନରେ ସୁଖ ସମୃଦ୍ଧି ଭରି ଦେଇଥାଏ ।

ଚନ୍ଦ୍ରଙ୍କ ସହ ଜଡିତ ଉପାୟ:

୧- ଯଦିଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ର ଦୁର୍ବଳ ଅଛନ୍ତି ତେବେ ଆଜିର ଏହି କୁମାର ପୂର୍ଣ୍ଣିମାରେ ରାତିରେ ଚାଉଳ କ୍ଷିରି ଏବଂ ମଖାନା ଆଦି ତିଆରି କରି ଏହାକୁ ଚନ୍ଦ୍ର ଆଲୋକରେ କିଛି ସମୟ ରଖନ୍ତୁ ଏବଂ ପରଦିନ ଏହାକୁ ଖାଆନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ କୁଣ୍ଡଳିରେ ଚନ୍ଦ୍ର ସୁଦୃଢ ହେବା ସହିତ ଜୀବନରେ ଅନେକ ସଫଲତା ମିଳିବ ।

୨- କୁମାର ପୂର୍ଣ୍ଣିମା ଦିନ ଠାରୁ ପ୍ରତ୍ୟେକ ଦିନ ରାତିରେ ଏକ ରୂପା ଗ୍ଲାସରେ ପାଣି ଭର୍ତ୍ତି ରଖନ୍ତୁ ଏବଂ ପରଦିନ ସକାଳେ ମୁହଁ ଧୋଇବା ପରେ ଏହାକୁ ପିଅନ୍ତୁ । ଏହିପରି ୪୫ ଦିନ ପାଇଁ କରନ୍ତୁ । ଅପରି କରିବା ଦ୍ୱାରା ଜୀବନରେ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବା ସହ ଅର୍ଥିକ ସ୍ଥିତି ମଧ୍ୟ ସୁଦୃଢ ରହିବ ।

୩- କୁମାର ପୂର୍ଣ୍ଣିମା ଦିନ ରନ୍ଧିଥିବା ଚାଉଳ କ୍ଷିରିକୁ ଗାଇକୁ ଖାଇବାକୁ ଦିଅନ୍ତୁ । ଏପକି କରିବା ଦ୍ୱାରା ଜୀବନରେ ସଫଳା ପ୍ରପ୍ତି ହୋଇଥାଏ ।

୪- କୁମାର ପୂର୍ଣ୍ଣିମା ଦିନରୁ ଏକ ପ୍ରତିକାର ଆରମ୍ଭ କରନ୍ତୁ । ଏହିଦିନଠାରୁ ପ୍ରତିଦିନ ଗାଧୋଇବା ପରେ ଧଳା ଚନ୍ଦନ ମଥାରେ ଲଗାନ୍ତୁ । ଏହା ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ରକୁ ଶକ୍ତିଶାଳୀ କରିବ ଏବଂ ଅନେକ ଲାଭ ଦେବ ।

Get real time updates directly on you device, subscribe now.