fbpx

ଓଲଟିଲା ଯାତ୍ରୀବାହୀ ବସ୍: ମୃତ୍ୟୁରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ୭ ଜଣ ଆହାତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ଜାତୀୟ ରାଜପଥରେ ଘଟି ଯାଇଛି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଫଳରେ ୭ ଜଣ ଆହାତ ହୋଇଥିବା ଜଣା ପଡିଛି । ତେବେ ଏହି ଆହାତମାନଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ଡାକ୍ତରଥାନାରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ରୋନ୍ନି ନାମକ ଏକ ଯାତ୍ରୀବାହୀ  ବସ ରାଉରକେଲାରୁ ଯାଜପୁର ଯାଉଥିବା ବେଳେ ଏହି ଦୁର୍ଘଟଣାଟି ଘଟିଛି । ତେବେ ଏହି ବସରେ ୬୦ ଜଣ ଯାତ୍ରୀ ଥିବାବେଳେ ବସଟି ନିଜର ଭାରସ୍ୟାମ ହରାଇ ହଠାତ୍ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୭ ଜଣ ଆହାତ ହୋଇଛନ୍ତି । ଏହି ଘଟଣାର ଖବର ପାଇ ମହାବିରୋଡ ପୋଲିସ ଏବଂ ଅଗ୍ନିଶମ ବାହିନି ଘଟଣାସ୍ଥଲରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଆହାତମାନଙ୍କୁ ପ୍ରଥମେ ପରଜଙ୍ଗ ଏବଂ ସେଠାରେ ଅବସ୍ଥା ଗୁରୁତର ହେବାରୁ ପରେ ତାଳଚେର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.