fbpx

ଗୃହ ମନ୍ତ୍ରଣାଳୟଙ୍କୁ ଚିଠି ଲେଖିଲେ ନିର୍ବାଚନ କମିଶନ, ନିର୍ବାଚନ ପାଇଁ ଲେଡ଼ିଛନ୍ତି ୩.୪ ଲକ୍ଷ CAPF ଯବାନ

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତି ଦଳ ପକ୍ଷରୁ ନିର୍ବାଚନୀ ପ୍ରାକ୍ ପ୍ରସ୍ତୁତି ଜୋରଦାର ଚାଲିଛି । ଜନସଂଖ୍ୟା ଏବଂ ଲୋକସଭା ଆସନକୁ ଦୃଷ୍ଟିରେ ରଖି ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏଥିପାଁଇ ବ୍ୟାପକ ସ୍ତରରେ ସୁରକ୍ଷାକର୍ମୀ ଏବଂ ଯବାନଙ୍କ ଆବଶ୍ୟକତା ରହିଛି । ଏନେଇ ନିର୍ବାଚନ କମିଶନ କେନ୍ଦ୍ର ଗୃହ ମନ୍ତ୍ରଣାଳୟଙ୍କ ସହଯୋଗ ଲୋଡ଼ିଛନ୍ତି ।

ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଗୃହ ମନ୍ତ୍ରଣାଳୟଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି । ଏତିରେ ଉଲ୍ଲେଖ ରହିଛି ଯେ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ଦ୍ୱାରା ଅନୁରୋଧକୁ ଆୟୋଗ ବିଚାର କରିଛି । ସ୍ୱତନ୍ତ୍ର, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାୟକ୍ରମେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ୩୪୦୦ କମ୍ପାନୀକୁ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କହିରଖୁଛୁ CAPFର ଗୋଟିଏ କମ୍ପାନୀରେ ୧୦୦ ଯବାନ ରହିଥାନ୍ତି । ଇଭିଏମ୍ ଏବଂ ଷ୍ଟ୍ରଙ୍ଗ୍ ରୁମ୍ ଭଳି ସୁରକ୍ଷା ସୁବିଧା ଯୋଗାଇ ଦେବା ପାଇଁ CEOଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ନିର୍ବାଚନ ଆୟୋଗ ମୋଟ୍ ୩.୪ ଲକ୍ଷ CAPF ଯବାନଙ୍କ ଦାବି କରିଛନ୍ତି । ଏହା ସହ ଯବାନଙ୍କ ପାଇଁ ଉପଯୁକ୍ତ ସୁବିଧା ଏବଂ ପର୍ଯ୍ୟାପ୍ତ ସଂଖ୍ୟାରେ ଟ୍ରେନ୍ ବ୍ୟବସ୍ଥା କରାଯିବା ନେଇ ଦାବି କରିଛନ୍ତି ।

ସୂତ୍ରରୁ ପ୍ରକାଶ ଆୟୋଗ ପକ୍ଷରୁ ପର୍ଯ୍ୟାର‌୍ୟକ୍ରମେ ଏହି ସବୁ ରାଜ୍ୟରେ CAPF କମ୍ପାନୀ ନିୟୋଜିତ ହେବେ । ପଶ୍ଚିମବଙ୍ଗରେ ସର୍ବାଧିକ ୯୨୦, ଜାମ୍ମୁକାଶ୍ମୀରରେ ୬୩୫, ଛତିଶଗଡ଼ରେ ୩୬୦, ବିହାରରେ ୨୯୫, ଉତ୍ତରପ୍ରଦେଶରେ ୨୫୨ ଏବଂ ଆନ୍ଧ୍ରପ୍ରଦେଶରେ ୨୫୦, ଝାଡ଼ଖଣ୍ଡରେ ୨୫୦ ଏବଂ ପଞ୍ଜାବରେ ୨୫୦ କମ୍ପାନୀ ନିୟୋଜିତ ହେବାର ଅନୁମାନ କରାଯାଉଛି । କହିରଖୁଛି CAPFରେ ସିଆରପିଏଫ୍‌, ବିଏସ୍‌ଏଫ୍‌, ସିଆଇଏସ୍‌ଏଫ୍‌, ଆଇଟିବିପି, ଏସ୍‌ଏସବି ଏବଂ ଏନ୍‌ଏସଜି ଯବାନ ସାମିଲ ଅଛନ୍ତି ।

 

Get real time updates directly on you device, subscribe now.