fbpx

ପ୍ରକାଶ ପାଇଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ୨୦୨୨-୨୩ ବର୍ଷରେ ଅଭିବୃଦ୍ଧି ହାର, ମୁଣ୍ଡପିଛା ଆୟ କେତେ ରହିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଧାନସଭାର ବଜେଟ ଅଧିବେଶନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୭.୮ ପ୍ରତିଶତ ରହିବା ନେଇ ଆକଳନ କରଯାଇଛି । ଜାତୀୟ ଅଭିବୃଦ୍ଧି ଠାରୁ ଏହା ଅଧିକ ରହିଛି । ସେହିପରି ମୁଣ୍ଡପିଛା ଆୟ ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କା ରହିବା ନେଇ ଅନୁମାନ କରାଯାଇଛି ।

ଗତ ୨୧ ତାରିଖଠାରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଫେବୃଆରୀ ୨୧ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଅନୁଷ୍ଠିତ ହେବ । ଏପରି ଭାବେ ଦୁଇଟି ପର୍ଯ୍ୟାୟରେ ମୋଟ ୨୭ ଦିନ ଧରି ବଜେଟ୍ ଅଧିବେଶନ ଚାଲିବ । ଆସନ୍ତାକାଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ।

ତେବେ ବଜେଟ୍ ଅଧିବେଶନ ପାଇଁ ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେଥିପାଇଁ ପୋଲିସ ମହାନିର୍ଦ୍ଦୋକ, ପୋଲିସ କମିଶନର, ଭୁବନେଶ୍ୱର ଡିପିସି, ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହିତ ବରିଷ୍ଠ ଅଧିକାରୀମାନେ ସ୍ଥିତି ଯାଞ୍ଚ କରିଥିଲେ । ବିଧାନସଭାର ଆଖପାଖ ଅଞ୍ଚଳରେ ବହୁସଂଖ୍ୟକ ପୋଲିସ ମୁତୟନ କରାଯାଇଥିବା ବେଳେ କ୍ୱିକ ଆକ୍ସନ ଫୋର୍ସ, ଡଗ୍ ସ୍କ୍ୱାଡ ଓ ବୋମା ନିଷ୍କ୍ରିୟକାରୀ ଟିମକୁ ନିୟୋଜିତ କରାଯାଇଛି । ୧୦ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସିପି, ୧୩ ଜଣ ଇନ୍ସପେକ୍ଟର ଓ ୨୦୦ ଜଣ କନଷ୍ଟେବଳ ସୁରକ୍ଷା କାର୍ଯ୍ୟରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.