fbpx
BSKY SKY
BSKY SKY

‘ମୁଁ ସିଙ୍ଗଲ ଅଛି ମୋ ବୟଫ୍ରେଣ୍ଡ କିଏ ହେବ’: ୧୦୦ ଜଣଙ୍କୁ ଗୋଲାପ ଦେଇ ପ୍ରପୋଜ୍ କଲେ ରାଜଧାନୀର ସୁନ୍ଦରୀ ଯୁବତୀ

BSKY
ନୂଆଦିଲ୍ଲୀ: ନିକଟରେ ଭାଲେଣ୍ଟାଇନ୍ସ ସପ୍ତାହ ସମାପ୍ତ ହୋଇଥିବା ବେଳେ ପ୍ରେମୀଯୁଗଳଙ୍କ ମଧ୍ୟରେ ନୂଆ ନୂଆ ଷ୍ଟାଇଲର ଲଭ୍, ରୋମାନସ ଦେଖିବାକୁ ମିଳିଥିଲା । ତେବେ ଏବେ ବି ଦେଶର ବିଭିନ୍ନ ଜାଗାରେ ଲଭର ଫିଭର ଦେଖିବାକୁ ମିଳୁଛି । ଦେଶର ରାଜଧାନୀ ଦିଲ୍ଲୀରେ ଜଣେ ଯୁବତୀ ୧୦୦ ଲୋକଙ୍କୁ ପ୍ରପୋଜ୍ କରିଛନ୍ତି । ତେବେ ଅନେକ ଲୋକ ସୁନ୍ଦରୀ ଯୁବତୀଙ୍କ ଗୋପାଲକୁ ଗ୍ରହଣ କରିଥିବା ବେଳେ ଆଉ କିଛି ଗ୍ରହଣ କରିନଥିଲେ । ଏହାର ଏକ ଭିଡିଓ ଏକ ଭାଇରାଲ ହେବାରେ ଲାଗିଛି ।
ଜଣାପଡ଼ିଛି ଯେ, ଯୁବତୀ ଜଣଙ୍କ ଭାଲେଣ୍ଟାଇନ୍ସ ଡେ’କୁ ଖାସ୍ କରିବା ପାଇଁ ଏପରି କରିଥିଲେ । ସେ ଅନେକ ଲୋକଙ୍କୁ ଗୋଲାପ ଦେଉଥିବା ଭିଡିଓରେ ଦେଖାଯାଉଛି । ଯୁବତୀଙ୍କ ନାମ ହେଉଛି ମହଜବୀନ ଅଲ୍ଲୀ । ତାଙ୍କର ଭିଡିଓକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଯୁବତୀ ସିଙ୍ଗଲ ଅଛନ୍ତି, ତେଣୁ ଅଲଗା ଢଙ୍ଗରେ ଭାଲେଣ୍ଟାଇନ୍ସ ମନାଉଥିଲେ । ୨୪ ଘଣ୍ଟା ମଧ୍ୟରେ ସେ ୧୦୦ ଜଣଙ୍କୁ ଗୋଲାପ ବାଣ୍ଟି ପ୍ରପୋଜ୍ କରିଥିବା ବିଷୟରେ କହିଥିଲେ ।
ଜଣେ ଯୁବକ ତାଙ୍କର ପତ୍ନୀ ଓ ସନ୍ତାନଙ୍କ ସହିତ ଯାଉଥିବା ସମୟରେ ମହଜବୀନ ପ୍ରଥମେ ତାଙ୍କୁ ଗୋଲାପ ଦେଇଥିଲେ । ଏହାପରେ ସେ ବାଂଲାଦେଶରୁ ଭାରତକୁ ଆସିଥିବା ଏକ ପରିବାରକୁ ଗୋଲାପ ଦେଇଥିଲେ । ତା’ପରେ ସେ ରାସ୍ତାରେ ବ୍ରେସଲେଟ ବିକ୍ରି କରୁଥିବା ପିଲାଙ୍କୁ ଗୋଲାପ ଦେଇଥିଲେ । ପ୍ୟାକେଟରେ ଅଲଗା କିଛି ଜିନିଷ ରହିଥିବା ଆଶଙ୍କା କରି କିଛି ଲୋକ ତାଙ୍କଠାରୁ ଗୋଲାପ ନେବାକୁ ପ୍ରତ୍ୟାଖାନ କରିଦେଇଥିଲେ ।

Get real time updates directly on you device, subscribe now.