fbpx

ଅର୍ଥନୀତି ଅଧ୍ୟାପକଙ୍କ କଳାକାରନାମା: ୭ ବର୍ଷ ଧରି ଟ୍ୟୁଶନ ଛାତ୍ରୀଙ୍କୁ କରୁଥିଲେ ବଳାତ୍କାର

ଆସିକା, ୨୮ା୪ (ଓଡିଶା ଭାସ୍କର): ଶିକ୍ଷକମାନଙ୍କୁ ସମାଜରେ ଈଶ୍ୱରଙ୍କ ଆସନ ଦିଆଯାଇଥାଏ । ମାତ୍ର ଏହି ଉକ୍ତିକୁ ଭୁଲ୍ ପ୍ରମାଣିତ କରିଛନ୍ତି ଜଣେ ଗଞ୍ଜାମ ଜିଲ୍ଲାର ଜଣେ ଅଧ୍ୟାପକ । ଅଧ୍ୟାପକ ଜଣକ ନବମ ଶ୍ରେଣୀର ଜଣେ ଟ୍ୟୁଶନ ଛାତ୍ରୀଙ୍କୁ ଦୀର୍ଘ ୭ ବର୍ଷ ଧରି ବଳାତ୍କାର କରି ଆସୁଥିଲେ । ଏହାଛଡ଼ା ଅଧ୍ୟାପକ ଜଣକ ବିବାହ ପାଇଁ ବାଧ୍ୟ କରିବା ସହ ଛାତ୍ରୀଙ୍କ ଯୁକ୍ତଦୁଇ ସାର୍ଟିଫିକେଟ ଓ ସୁନା ଅଳଙ୍କାର ହାତେଇ ନେଇଥିଲେ । ବିବାହ ପାଇଁ ରାଜି ନ ହେବାରୁ ସେ ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍ କରିଦେଇଥିଲେ । ତେବେ ଯୁବତୀ ଜଣକ ଏନେଇ ଥାନାରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଛି ।

ଖବରରୁ ଜଣାପଡ଼ିଛି ଯେ, ୨୦୧୪ ମସିହାରେ ସୋରଡ଼ା କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ ପ୍ରଦୀପ ସାହୁଙ୍କ ନିକଟକୁ ଆସିକାର ଜଣେ ଛାତ୍ରୀ ଟ୍ୟୁଶନ ନିମନ୍ତେ ଯାଉଥିଲେ । ଏହାର ସୁଯୋଗ ନେଇ ପ୍ରଦୀପ ନବମ ଶ୍ରେଣୀର ଛାତ୍ରୀଙ୍କୁ ଦୀର୍ଘ ୭ ବର୍ଷ ଧରି ବହୁବାର ବଳାତ୍କାର କରିଥିଲେ । ପରେ ପ୍ରଦୀପ ଛାତ୍ରୀଙ୍କୁ ବିବାହ ପାଇଁ ବାଧ୍ୟ କରିଥିଲେ । ବିବାହ ନକଲେ ଛାତ୍ରୀଙ୍କ ପରିବାର ଲୋକଙ୍କୁ ହତ୍ୟା କରିବେ ବୋଲି ଧମକ ମଧ୍ୟ ଦେଇଥିଲେ । ଛାତ୍ରୀଜଣକ ବିବାହ କରିବାକୁ ଅରାଜି ହେବାରୁ ପ୍ରଦୀପ ଛାତ୍ରୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍ କରିଦେଇଥିଲେ । ବାଧ୍ୟହୋଇ ଛାତ୍ରୀଜଣକ ଏନେଇ ଆସିକା ଥାନାରେ ମାମଲା ଦାୟର କରିଥିଲେ । ଅଭିଯୋଗକ୍ରମେ ପ୍ରଦୀପଙ୍କୁ ଗିରଫ କରାଯିବା ସହ ଡାକ୍ତରୀମାଇନା କରାଯାଇ ବ୍ରହ୍ମପୁରସ୍ଥିତ ପୋକସୋ କୋର୍ଟରେ ହାଜର କରାଯାଇଛି । ଏହି ମାମଲାର ତଦନ୍ତ ଜାରି ରହିଥିବା ଥାନାଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.