fbpx

ଅର୍ପିତାଙ୍କ ଘରୁ ଗାଏବ ଚାରି ଗାଡି, ସିସିଟିଭି ଜରିଆରେ ଇଡିର ଧରପଗଡ ଜାରି

AAKASH

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର‌୍ୟ୍ୟାନୁଷ୍ଠାନ ଜାରି ରହିଛି। ଆଉ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଳା ପୁଳା ଟଙ୍କା ମଧ୍ୟ ମିଳିବାରେ ଲାଗିଛି। ତେବେ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ୪ ଲଗଜରୀ ଗାଡି ଗାଏବ ହୋଇଥିବା କୁହାଯାଉଛି। ଏ ପର‌୍ୟ୍ୟନ୍ତ ଅର୍ପିତାଙ୍କ ବାସଭବନରୁ ୫୦ କୋଟି ଟଙ୍କା ନଗଦ ଏବଂ ବହୁ ମାତ୍ରାରେ ସୁନା ଏବଂ ବିଦେଶୀ ମୁଦ୍ରା ଜବତ ହୋଇ ସାରିଛି।

ମନ୍ତ୍ରୀ ପଦରୁ ବହିଷ୍କୃତ ପାର୍ଥ ସାରଥୀଙ୍କ ନିକଟତର ହେଉଛନ୍ତି ଅର୍ପିତା ମୁଖାର୍ଜୀ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ ଡାଏମଣ୍ଡ ସିଟି କମ୍ପ୍ଲେକ୍ସରୁ ଚାରି ଗାଡି ଗାଏବ ହୋଇ ଯାଇଛି। ମୁଖାର୍ଜୀଙ୍କ ଗିରଫଦାରୀ ପରଠୁ ଏହି ଗାଡି ଗାଏବ ହୋଇଥିବା କୁହାଯାଉଛି। ଇଡି ଏହି ଚାରି ଗାଡିର ସନ୍ଧାନରେ ଜୁଟି ଯାଇଛି।

ଏଥିରେ ମର୍ସିଡିଜ, ଗୋଟିଏ ଅଡି ଏବଂ ଦୁଇଟି ହୋଣ୍ଡା ସିଟିଜ୍ ସାମିଲ୍। ଯାଞ୍ଚ ଏଜେନ୍ସିର ଅଧିକାରୀ କହିଛନ୍ତି, ଗାଡିଗୁଡିକ ଦକ୍ଷିଣ କୋଲକାତର ଫ୍ଲାଟରୁ ଗାଏବ ହୋଇଛି। ଅନ୍ୟପଟେ ଏଜେନ୍ସି ବେସମେଣ୍ଟରୁ ଏକ ଅଡି କାର ଜବତ କରିଛି। ଅନ୍ୟଗାଡି ଗୁଡିକୁ ଟ୍ରାସ କରିବାକୁ ଉଦ୍ୟମ ଜାରି ରହିଛି। ସିସିଟିଭି ଫୁଟେଜର ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି।

ଇଡି ପକ୍ଷରୁ ଅର୍ପିତା ମୁଖାର୍ଜୀଙ୍କୁ ଲଗାତାର ଜେରା ଜାରି ରହିଛି। ଜେରା ସମୟରେ ଅର୍ପିତା ମୁଖାର୍ଜୀ କହିଛନ୍ତି ତାଙ୍କ କୋଠରୀରେ ଏତେ ସବୁ ଅର୍ଥ ଏବଂ ସୁନା ରଖାଯାଇଥିବା ସେ ଜାଣିନଥିଲେ। ଏହି ବିଷୟରେ ପାର୍ଥ ଚାଟାର୍ଜୀ ମୋତେ କିଛି ଜଣାଇ ନଥିଲେ। ମୋତେ କୋଠରୀ ଭିତରକୁ ଯିବାକୁ ଅନୁମତି ନଥିଲା। ସମସ୍ତ ଟଙ୍କା ପାର୍ଥ ଚାଟାର୍ଜୀଙ୍କର।

ଇଡି ଦକ୍ଷିଣ କୋଲକାତାର ଫ୍ଲାଟରୁ ପ୍ରାୟ ୨୧ କୋଟି ଟଙ୍କା ଜବତ କରିବା ପରେ ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଥିଲା। ବୁଧବାର ପୁଣି ଥରେ ବେଲଘାରିଆ ଫ୍ଲାଟରୁ ୨୮ କୋଟି ଟଙ୍କା ଏବଂ ତିନି କିଲୋ ସୁନା ମିଳିଥିଲା।

 

Get real time updates directly on you device, subscribe now.