fbpx
BJD SKY
BJD SKY

Commonwealth Games: 2022 ଜାଣନ୍ତୁ ଭାରତର ପ୍ରଥମ ଦିନର କ୍ରୀଡାସୂଚୀ

BJD

ନୂଆଦିଲ୍ଲୀ: ବର୍ମିଂହାମରେ ଆଜି ଉଦଘାଟନ ହୋଇ ସାରିଛି ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨। ପ୍ରଥମ ଦିନରେ ଭାରତୀୟ ଦଳର ଅନେକ ଆଥଲେଟ୍ ମଇଦାନକୁ ଓହ୍ଲାଇବେ। ଭାରତୀୟ ମହିଳା କ୍ରିକେଟ୍ ଦଳର ମୁକାବିଲା ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ରହିଛି। ଦୀର୍ଘ ୨୪ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟର ଆଗମନ ଘଟିଛି। ପୁରୁଷ ବକ୍ସିରେ ୬୫.୫ କିଗ୍ରା ବର୍ଗରେ ଶିବ ଥାପା ରାଉଣ୍ଡ ୩୨ରେ ପାକିସ୍ତାନର ସୁଲେମାନ ବଲୁଚଙ୍କ ବିରୋଧରେ ଲଢିବେ।

ସେହି ପରି ଭାରତୀୟ ହକି ଦଳ ଘାନା ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଟେବୁଲ ଟେନିସ୍ ଏବଂ ସୁଇମର ଦଳ ମଧ୍ୟ ନିଜ ନିଜ ପ୍ରତିଯୋଗିତାରେ ଭାଗ ନେବେ। ବ୍ୟାଡମିଣ୍ଟନରେ ଭାରତର ମୁକାବିଲା ପାକିସ୍ତାନ ସହିତ ରହିଛି। ଏଥିରେ ପିଭି ସିନ୍ଧୁ, କିଦାମ୍ବି ଶ୍ରୀକାନ୍ତ ଏବଂ ଚିରାଗ ସେଟ୍ଟି-ସାତ୍ଵିକସାଇରାଜଙ୍କ ଯୋଡିଙ୍କୁ ଦେଖିବାକୁ ମିଳିବ। ବର୍ମିଂହାମ ରାଜ୍ୟଗୋଷ୍ଟୀ କ୍ରୀଡା ୨୦୨୨ର ପ୍ରଥମ ଦିନରେ ଏମିତି ରହିଛି ଭାରତୀୟ ଖେଳାଳିଙ୍କ କାର‌୍ୟ୍ୟକ୍ରମ।

ସୁଇମିଂ

କୁଶାଗ୍ର ରାଓ୍ଵତ- ୪୦୦ ମିଟର ଫ୍ରିଷ୍ଟାଇଲ୍ ହିଟ୍(ଅପରାହ୍ନ ୩ଟା)
ଆଶିଷ କୁମାର ସିଂହ- ୧୦୦ ମିଟର ବ୍ୟାକଷ୍ଟ୍ରୋକ ଏସ୯ହିଟ୍(ଅପରାହ୍ନ ୩ଟା)
ସାଜନ ପ୍ରକାଶ- ୫୦ ମିଟର ବଟରଫ୍ଲାଇ ହିଟ୍(ଅପରାହ୍ନ ୩ଟା)
ଶ୍ରୀହରି ନଟରାଜ- ୧୦୦ ମିଟର ବ୍ୟାକଷ୍ଟ୍ରୋକ ଏଚ(ଅପରାହ୍ନ ୩ଟା)

ବକ୍ସିଂ

ଶିବ ଥାପ୍ପା- ପୁରୁଷ ୬୩.୫ କିଗ୍ରା, ରାଉଣ୍ଡ ୩୨(ଅପରାହ୍ନ ୪ଟା୩୦)
ସୁମିତ କୁଣ୍ଡୁ- ପୁରୁଷ ୭୫ କିଗ୍ରା, ରାଉଣ୍ଡ ୩୨(ଅପରାହ୍ନ ୪ଟା୩୦)
ରୋହିତ ଟୋକ୍ସ- ପୁରୁଷ ୬୭ କିଗ୍ରା, ରାଉଣ୍ଡ ୩୨(ରାତି ୧୧ଟା)
ଆଶିଷ ଚୌଧୁରୀ- ପୁରୁଷ ୮୦ କିଗ୍ରା, ରାଉଣ୍ଡ ୩୨(ରାତି ୧୧ଟା)
ଜିମ୍ନାଷ୍ଟିକ
ଯୋଗେଶ୍ଵର, ସତ୍ୟଜିତ, ସୈଫ- ପୁରୁଷ ବ୍ୟକ୍ତିଗତ ଏବଂ ଟିମ୍ କ୍ଵାଲିଫାଇଂ(ରାତି ୧ଟା୩୦)

ହକି

ଭାରତ ବନାମ ଘାନା- ମହିଳା ଗ୍ରୁପ(ସନ୍ଧ୍ୟା ୬ଟା ୩୦)

ବ୍ୟାଡମିଣ୍ଟନ

ମିଶ୍ରିତ ବର୍ଗ, ଗ୍ରୁପ ଏ- ଭାରତ ବନାମ ପାକିସ୍ତାନ, ସନ୍ଧ୍ୟା ୬ଟା ୩୦

ଟେବୁଲ୍ ଟେନିସ
ପୁରୁଷ ଦଳ- କ୍ଵାଲିଫାଇଂ ପର୍ଯ୍ୟାୟ ୧(ଅପରାହ୍ନ ୨ଟା)
ମହିଳା ଦଳ- କ୍ଵାଲିଫାଇଂ ପର୍ଯ୍ୟାୟ ୧(ଅପରାହ୍ନ ୨ଟା)
ପୁରୁଷ ଦଳ- କ୍ଵାଲିଫାଇଂ ପର୍ଯ୍ୟାୟ ୨(ରାତି ୮ଟା ୩୦)
ମହିଳା ଦଳ- କ୍ଵାଲିଫାଇଂ ପର୍ଯ୍ୟାୟ ୨(ରାତି ୮ଟା ୩୦)

 

 

 

 

Get real time updates directly on you device, subscribe now.