fbpx
BJD
BJD SKY
BJD SKY

ତଦନ୍ତ ଆରମ୍ଭ କଲା ED, ଖୋଲିବା ଅର୍ଚ୍ଚନା ନାଗ’ର ଅର୍ଥନୈତିକ ଅପରାଧ ଲିଙ୍କ୍‌

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବିରୁଦ୍ଧରେ ମାମଲାରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଏନେଇ ଇଡି ପକ୍ଷରୁ ମାମଲା ରୁଜୁ କରାଯାଇଛି । ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ଅର୍ଚ୍ଚନା ନାଗଙ୍କ ସହିତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଇଡି ।

ଅର୍ଚ୍ଚନା ନାଗ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ସାହୁ ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ତେବେ ଅର୍ଚ୍ଚନାଙ୍କ ସହିତ ଲିଙ୍କ୍‌ରେ ଥିବା ବିଭିନ୍ନ ଲୋକଙ୍କୁ ଇଡି ନୋଟିସ୍ କରିବ ବୋଲି ସୂଚନା ମିଳିଛି । ଇଡି ବର୍ତ୍ତମାନ ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଖୋଳତାଡ଼ କରୁଥିବା ଜଣାପଡିଛି ।

Get real time updates directly on you device, subscribe now.