fbpx

ଟି -୨୦ ବିଶ୍ୱକପ୍‌: ବାଂଲାଦେଶ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ହାରୁ ହାରୁ ଅଳ୍ପକେ ବର୍ତ୍ତି ଯାଇଛି ଭାରତ । ଶେଷ ଓଭରରେ ବାଂଲାଦେଶକୁ ଜିତିବା ପାଇଁ ୨୦ ରନ୍ ଆବଶ୍ୟକ ଥିବା ବେଳେ ବଂଲାଦେଶ ବିଜୟଠାରୁ ମାତ୍ର ୫ରନ୍ ଦୁରରେ ଅଟକି ଯାଇଥିଲା। ବାଂଲାଦେଶ ବିଜୟ ପରେ ଭାରତ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନ ଅକ୍ତିଆର କରିବା ସହ ସେମିଫାଇନାଲର ନିକଟତର ହୋଇଛି । ଅନ୍ୟପଟରେ ବାଂଲାଦେଶ ପ୍ରାୟ ସେମିଫାଇନାଲ ରେସ୍‌ରୁ ବାଦ୍ ପଡିଛି।

ପ୍ରଥମେ ବ୍ୟାଟିଂ କରି କେ.ଏଲ ରାହୁଲ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୬ ୱିକେଟ୍ ହରାଇ ଟିମ୍ ଇଣ୍ଡିଆ ୧୮୫ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ବାଂଲାଦେଶ ଜବରଦସ୍ତ ଆରମ୍ଭ କରିଥିଲେ ମଧ୍ୟ ବିଜୟଠାରୁ ଦୂରରେ ରହିଯାଇଛି। ଦଳ ୧୬ ଓଭରରେ ମାତ୍ର ୧୪୫ ରନ୍ ସ୍କୋର କରିପାରିଥିଲା।

ବର୍ଷାବାଧାପ୍ରାପ୍ତ ମ୍ୟାଚ୍‌ରେ ୧୮୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ଯେପରି ଆରମ୍ଭ କରିଥିଲା ଲାଗୁଥିଲା ଭାରତ ମ୍ୟାଚ୍ ହାରିଯାଇପାରେ । ଓପନର ଲିଟନ୍ ଦାସ୍ ୨୧ ବଲ୍‌ରୁ ଧୁଆଁଧାର ହାସଲ କରି ଭାରତକୁ ବ୍ୟାକଫୁଟ୍‌ରେ ପକାଇ ଦେଇଥିଲେ । ବାଂଲାଦେଶ ୭ ଓଭରରେ କୌଣସି ଉଇକେଟ୍ ନହରାଇ ୬୬ ରନ୍ ସଂଗ୍ରହ କରି ନେଇଥିଲା । ହଠାତ୍ ଏହି ସମୟରେ ବର୍ଷା ହେବାରୁ ଖେଳ କିଛି ସମୟ ବନ୍ଦ ରହିଥିଲା। ପୁନର୍ବାର ମ୍ୟାଚ୍ ଆରମ୍ଭ ହେବା ପରେ ଡକୱର୍ଥ ଲୁଇସ୍ ନିୟମ ଅନୁଯାୟୀ ବାଂଲାଦେଶ ଆଗରେ ୧୬ ଓଭରରେ ୧୫୧ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

ତେବେ ବର୍ଷା ପରେ ମ୍ୟାଚ୍ ଆରମ୍ଭ ହେବା ପରେ ଅଶ୍ୱିନୀଙ୍କ ଓଭରରେ କେ.ଏଲ ରାହୁଲ ଲିଟମ୍ ଦାସ୍‌ଙ୍କୁ ରନ୍ ଆଉଟ୍ କରି ଭାରତରକୁ ପ୍ରଥମ ସପଳତା ଦେଇଥିଲେ । ଏହାପରେ ବାଂଲାଦେଶ ଲଗାତର ଉଇକେଟ୍ ହରାଇ ଚାଲିଥିଲା । ବାଂଲାଦେଶ ଆଗରେ ଛୋଟ ଲକ୍ଷ୍ୟ ଥିଲେ ମଧ୍ୟ ବଡ଼ ଗ୍ରାଉଣ୍ଡ କାରଣରୁ ଶେଷ ଯାଏଁ ମୟାଚ୍‌ରେ ରୋମାଞ୍ଚ ଭରି ରହିଥିଲା । ଶେଷ ଓଭରରେ ଜିତିବା ପାଇଁ ଦଳ ଶେଷ ଓଭରରେ ୨୦ ରନ୍ ଆବଶ୍ୟକ କରିଥିଲା, ତେବେ ହାସନ୍ ଗୋଟିଏ ଛକା ଓ ଚୌକା ମାରି ମ୍ୟାଚକୁ ଅଧିକ ରୋମାଞ୍ଚକର କରି ଦେଇଥିଲେ । ବାଂଲାଦେଶ ଶେଷ ବଲରୁ ୭ ରନ୍ ଆବଶ୍ୟକ କରୁଥିବା ବେଲେ ମାତ୍ର ୧ ରନ୍ ସଂଗ୍ରହ କରିପାରିଥିଲା ।

Get real time updates directly on you device, subscribe now.