fbpx
BJD
BJD SKY
BJD SKY

ୟୁକ୍ରେନ ଯୁଦ୍ଧ ସମୟରେ ଗମ୍ଭୀର ରୋଗରେ ପୀଡିତ ପୁଟିନ୍ ? ହାତରେ ଦେଖିବାକୁ ମିଳିଲା ରହସ୍ୟମୟୀ ଚିହ୍ନ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ଵାସ୍ଥ୍ୟବସ୍ଥା ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ସଂପର୍କିତ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ପୁଟିନଙ୍କ ହାତରେ ଅଜବ ପ୍ରକାରର ଚିହ୍ନ ଦେଖିବାକୁ ମିଳିଛି। ବ୍ରିଟେନ୍ ସ୍ଥିତ ଏକ୍ସପ୍ରେସ୍ ର  ଏକ ରିପୋର୍ଟ ଅନୁଯାୟୀ, ପୁଟିନ୍ ଙ୍କ ହାତରେ ଅଜବ ଚିହ୍ନ ଏବଂ ରଙ୍ଗ ଦେଖିବାକୁ ମିଳିଛି। ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି ଯେ, ପୁଟିନ୍ ବାସ୍ତବରେ ସୁସ୍ଥ ଅଛନ୍ତି ନା ନାହିଁ।

ଅବସରପ୍ରାପ୍ତ ବ୍ରିଟିଶ ସେନାର ଅଧିକାରୀ ତଥା ହାଉସ୍ ଅଫ ଲର୍ଡ୍ସର ସଦସ୍ୟ ରିଚାର୍ଡ ଡାନେଟ୍ କହିଛନ୍ତି, ପୁଟିନଙ୍କ ହାତ କଳା ଦେଖାଯାଉଛି। ଏହାର ସଙ୍କେତ ସେ ଶରୀରର ଅନ୍ୟ ଅଂଶରେ ଇଞ୍ଜେକ୍ସନ ନେଇ ପାରିବେ ନାହିଁ। ତେଣୁ ପ୍ରଶ୍ନ ଉଠିଛି ଯେ, ସେ ବାହାରକୁ ଯେମିତି ଦେଖା ଯାଉଛନ୍ତି ବାସ୍ତବରେ ସେ ସେତିକି ଫିଟ୍ ଅଛନ୍ତି କି ନାହିଁ। ବ୍ରିଟେନର ପୂର୍ବତନ ସିଡିଏସ ଲର୍ଡ ଡେନଟ କହିଛନ୍ତି ପୁଟିନ୍ ଗୁରୁତର ରୋଗରେ ପୀଡିତ ଥାଇ ପାରନ୍ତି। ଆମେ ଅନେକ ମାସରୁ ଏହାର ସଙ୍କେତ ଦେଇ ସାରିଥିଲୁ ଯେ, ପୁଟିନ୍ ଙ୍କ ସ୍ଵାସ୍ଥ୍ୟ ଠିକ୍ ନାହିଁ । ସେ ରୋଗରେ ପୀଡିତ ଅଛନ୍ତି। କିନ୍ତୁ ରୁଷ ବାରମ୍ବାର ଦାବି କରି ଆସୁଛି ଯେ, ପୁଟିନ୍ ଙ୍କ ସ୍ଵାସ୍ଥ୍ୟ ଠିକ ରହିଛି। ମାତ୍ର ଦୀର୍ଘ ସମୟରୁ ସନ୍ଦେହ କରାଯାଉଛି ଯେ, ରୁଷ ରାଷ୍ଟ୍ରପତି କ୍ୟାନ୍ସର କିମ୍ବା ପାର୍କିସନ୍ସ ପରି ରୋଗରେ ପୀଡିତ। ଗତ ରିପୋର୍ଟରେ ପୁଟିନଙ୍କ ହାତରେ ଇଞ୍ଜେକ୍ସନର ଚିହ୍ନ ରହିଥିଲା।

ଆମେରିକାର ଗୁଇନ୍ଦା ରିପୋର୍ଟରେ ପୁଟିନ କ୍ୟାନ୍ସରରେ ପୀଡିତ ଥିବା କୁହାଯାଇଥିଲା। ପୁଟିନ୍ ଚଳିତ ମାସରେ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନରେ ତାଙ୍କର ସ୍ଵାସ୍ଥ୍ୟବସ୍ଥା ପାଇଁ ଜନତା ଖୁବ୍ ପ୍ରାର୍ଥନା କରିଥିଲେ। ୟୁକ୍ରେନ ଯୁଦ୍ଧ ସମୟରେ ପୁଟିନ୍ ଙ୍କ ହାତରେ କଳା ଚିହ୍ନ ଚକିତ କରିବା ପରି ରହିଛି।

Get real time updates directly on you device, subscribe now.