fbpx

ଅଭୟକାନ୍ତ ପାଠକଙ୍କୁ ଇଡିର ୧୨ ଘଣ୍ଟା ମାରାଥନ ଜେରା: ପୁଅ ଆକାଶ ପାଠକଙ୍କ ଦାମୀ କାର୍ ଜବତ

ଭୁବନେଶ୍ୱର: ଅଭୟକାନ୍ତ ପାଠକଙ୍କ ଘରେ ରେଡ ସହ ୧୨ ଘଣ୍ଟାର ମାରାଥନ ଜେରା କରିଛି ଇଡି ରେଡ୍ ବେଳେ ପୁଅ ଆକାଶ ପାଠକଙ୍କ ଦାମୀ କାରକୁ ନିଜ ଅଧୀନକୁ ନେଇଛି ଇଡି । ସେପଟେ ଇଡି ଜେରା ପରେ ପ୍ରତିକ୍ରିୟା ରଖି ଅଭୟକାନ୍ତ ପାଠକ କହିଛନ୍ତି ଆକ୍ରୋଶ ମୂଳକ ଭାବରେ ଏଭଳି ପଦକ୍ଷେପ ନିଆଯାଉଛି । ଦୁର୍ନୀତି କରିନାହିଁ ପ୍ରମାଣ କରିଦେଖାଅ ବୋଲି କହିଲେ ଅଭୟକାନ୍ତ । କର୍ପୋରେଟ ବିବାଦରେ ପୁଅକୁ ଫସାଇ ଦିଆଯାଇଛ,ି କେହି ଦୁର୍ନୀତି କରିଥିବାର ପ୍ରମାଣ କଲେ ସାଧାରଣରେ ଫାଶୀ ପାଇଁ ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି ଅଭୟକାନ୍ତ ।

ଉଲ୍ଲେଖଯୋଗ୍ୟ, ଆୟ ବହିର୍ଭୁତ ସମ୍ପତ୍ତି ଏବଂ ଚାକିରି ନାଁରେ ଠକେଇ ଅଭିଯୋଗରେ ଭୁବନେଶ୍ୱର ବିବେକାନ୍ଦ ମାର୍ଗ ସ୍ଥିତ ବାସଭବନରେ ଚଢ଼ାଉ କରିଛି ଇଡି । ଶୁକ୍ରବାର ସକାଳ ପ୍ରାୟ ୭ ଟାରୁ ଏହି ରେଡ ଆରମ୍ଭ ହୋଇଥିଲା ଏବଂ ପୂର୍ବରୁ ଇଡି ଦୁଇ ଦୁଇ ଥର ଅଭୟକାନ୍ତଙ୍କୁ ଜେରା ବି କରିଥିଲା । ଏହା ପୂର୍ବରୁ ତାଙ୍କ ପୁଅ ଆକାଶ ପାଠକଙ୍କୁ ଡାକି ଇଡି ପଚରା ଉଚରା କରିଥିଲା ।

Get real time updates directly on you device, subscribe now.