fbpx

ଚତୁର୍ଥୀ ରାତିରେ ସାଙ୍ଗଙ୍କ ସହ ମିଶି ସ୍ତ୍ରୀ ସହ ଦୁଷ୍କର୍ମ କଲା ସ୍ୱାମୀ: ଥାନାରେ ମାମଲା

ଚତୁର୍ଥୀ ରାତିରେ ସାଙ୍ଗଙ୍କ ସହ ମିଶି ସ୍ତ୍ରୀ ସହ ଦୁଷ୍କର୍ମ କଲା ସ୍ୱାମୀ  । ଏଭଳି ଏକ ଅଭାବନୀୟ ମାମଲା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଇଟବାରେ । ଜଣେ ନବବିବାହିତାଙ୍କୁ ଚତୁର୍ଥୀ ରାତିରେ ନିଶା ଔଷଧ ଦେଇ ଦୁଷ୍କର୍ମ କରାଯାଇଛି । କେବଳ ସେତିକି ନୁହେଁ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଫେରାର ହୋଇଯାଇଥିଲେ ଶ୍ୱଶୁର ଘର ଲୋକ ।

ପୀଡ଼ିତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ୨୯ ନଭେମ୍ବରରେ ଝିଅର ବିବାହ ହୋଇଥିଲା । କିନ୍ତୁ ଶ୍ୱଶୁର ଘରେ ସ୍ୱାମୀ ଏବଂ ତାର ସାଙ୍ଗମାନେ ଦୁଷ୍କର୍ମ କରିଥିଲେ ଏହା ସହ ମାରପିଟ୍ ମଧ୍ୟ କରିଥିଲେ । ଯେତେବେଳେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା ସେତେବେଳେ ସେମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଫେରାର ହୋଇଯାଇଥିଲେ । ତେବେ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ଆଘାତ ଲାଗିଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥବା ଏବଂ ଚିକିତ୍ସା ଚାଲିଥିବା ନେଇ କହିଛନ୍ତି ଡାକ୍ତର ।

ମାମଲାକୁ ନେଇ ବରିଷ୍ଠ ପୋଲିସ ଅଧୀକ୍ଷକ କହିଛନ୍ତି ଯେ ଇକଦିଲ ଥାନା ଅନ୍ତର୍ଗତ ଚୌବ୍ୟା ଗ୍ରାମରେ ଏହି ଘଟଣା ଘଟିଛି  । ମାମଲା ରୁଜୁ କରାଯାଇଛି ଏବଂ ବରିଷ୍ଠ ପୋଲିସ ଅଧିକାରୀ ଯାଞ୍ଚ କରୁଛନ୍ତି । ଯାଞ୍ଚପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.