fbpx

ବାତ୍ୟା ଜୱାଦ ଅପଡେଟ୍: ଘୁଞ୍ଚିଲା UGC-NET ପରୀକ୍ଷା

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ପାଇଁ ୬ଟି ସହରରେ ୟୁଜିସି-ନିଟ୍ ପରୀକ୍ଷା ଘୁଞ୍ଚିଲା । ଭୁବନେଶ୍ୱର, ଗୁଣୁପୁର, କଟକ, ବ୍ରହ୍ମପୁର, ପୁରୀ, ବିଶାଖାପାଟଣା କେନ୍ଦ୍ର ପରୀକ୍ଷା ଘୁଞ୍ଚିଲା । ୫ ତାରିଖରେ ହେବାକୁ ଥିବା ୟୁଜିସି-ନିଟ୍ ଡିସେମ୍ବର ୨୦୨୦ ପରୀକ୍ଷା ଘୁଞ୍ଚିଲା । ୫ରେ ହେବାକୁ ଥିବା ୟୁଜିସି-ନିଟ୍ ଜୁନ୍ ୨୦୨୧ ପରୀକ୍ଷା ବି ଘୁଞ୍ଚିଲା । ଡିସେମ୍ବର ୧୨ ତାରିଖରେ ଏହି ପରୀକ୍ଷା କରିବା ନେଇ ଏନଟିଏ ପକ୍ଷରୁ ସୂଚନା ।

ସେହିପରି ୭ଟି ସହରରେ ହେବାକୁ ଥିବା ଆଇଆଇଏଫଟି ର ଏମବିଏ (ଆଇବି) ୨୦୨୨-୨୪ ଏଣ୍ଟ୍ରାନ୍ସ ମଧ୍ୟ ସ୍ଥଗିତ । ୫ରେ କଟକ, ସମ୍ବଲପୁର, ଭୁବନେଶ୍ୱରରେ ହେବାକୁ ଥିବା ଏଣ୍ଟ୍ରାନ୍ସ ପରୀକ୍ଷା ସ୍ଥଗିତ । ବିଜୟୱାଡା, ବିଶାଖାପାଟଣା, କୋଲକାତା, ଦୁର୍ଗାପୁର କେନ୍ଦ୍ର ପରୀକ୍ଷା ସ୍ଥଗିତ । ବାତ୍ୟା ଜୱାଦ ପାଇଁ ଡିସେମ୍ବର ୫ରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ । ପରବର୍ତ୍ତୀ ପରୀକ୍ଷା ତାରିଖ ଘୋଷଣା ଖୁବଶୀଘ୍ର ହେବ ବୋଲି ଏନଟିଏ ପକ୍ଷରୁ ସୂଚନା ।

ସୂଚନାଯୋଗ୍ୟ,  ଆଣ୍ଡାମାନ ସାଗରୁ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ ଧୀରେ ଧୀରେ ଉପକୂଳ ଆଡ଼କୁ ମୁହାଁଉଛି । ବର୍ତ୍ତମାନ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବି କି’ ନାହିଁ ସ୍ପଷ୍ଟ ହୋଇନାହିଁ । ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତ୍ସ୍ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ବାତ୍ୟା ଏବେ ପାରାଦୀପଠାରୁ ୫୮୦ କିମି ଦୂରରେ ରହିଛି ।

ଶନିବାର ସନ୍ଧ୍ୟାରେ ଦିଗ ପରିବର୍ତ୍ତନ କରି ରବିବାର ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ପ୍ରଭାବରେ ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଆରମ୍ଭ ହେବ । ବାତ୍ୟା ଉପକୂଳ ମୁହାଁ ହେବାବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବାର ଅନୁମାନ କରାଯାଉଛି ।

 

Get real time updates directly on you device, subscribe now.