fbpx

ଅଭିନେତା ଡିନୋ ମୋରିୟାଙ୍କ ସମ୍ପତ୍ତି ସିଜ୍ କଲା ଇଡି

ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ଅଭିନେତା ଡିନୋ ମୋରିୟାଙ୍କ ସମ୍ପତ୍ତି ସିଜ୍ କରିଛି । ଏହା ସହ ସଞ୍ଜୟ ଖାନ ଏବଂ ଡିଜେ ଅକିଲଙ୍କ ସମ୍ପତ୍ତି ମଧ୍ୟ ସିଜ୍ କରିଛି ଇଡି । ଡିନୋ ସ୍ୱର୍ଗତ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଜ୍ୱାଇଁ। ମହାବିକାଶ ଅଘାଡୀ ସରକାର ଗଠନ ସମୟରେ ଅହମ୍ମଦ ପଟେଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଗତ ବର୍ଷ ତାଙ୍କର ଦେହାନ୍ତ ହୋଇଛି।

ସୂଚନା ଅନୁଯାୟୀ ଷ୍ଟର୍ଲିଂ ବାୟୋଟେକ ବ୍ୟାଙ୍କ ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୧୪ ହଜାର ୫୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇର ଅଭିଯୁକ୍ତ ଏବଂ ଗୁଜୁରାଟର ବିଜନେସମ୍ୟାନ ‘ସନ୍ଦେସରା ଭାଇ’ଙ୍କ ସହ ଏହି ତିନି ଜଣକର ସମ୍ପର୍କ ଥିବା ଇଡି ଜାଣିବାକୁ ପାଇଥିଲା । ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ‘ସନ୍ଦେସରା ଭାଇ’ଙ୍କ ସହ ଅହମ୍ମଦ ପଟେଲଙ୍କର ଭଲ ପରିଚୟ ଥିଲା।

ଅଭିଯୋଗ ହୋଇଥିଲା ଯେ ‘ସନ୍ଦେସରା ଭାଇ’ ଅହମ୍ମଦ ପଟେଲଙ୍କ ଜ୍ୱାଇଁ ଇରଫାନ୍ ସିଦ୍ଦିକିଙ୍କୁ ବିପୁଳ ପରିମାଣର ଲାଞ୍ଚ ଦେଉଛନ୍ତି। ଇରଫାନ୍ ପରେ, ବର୍ତ୍ତମାନ ଏହି ଡିନୋଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Get real time updates directly on you device, subscribe now.